Advertisment

DJ Azexଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ସମ୍ପୃକ୍ତି, ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ...

ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Popular DJ Azex Found Dead Family Alleges Murder

Popular DJ Azex Found Dead Family Alleges Murder

ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ତ୍ରିକୋଣୀୟ ପ୍ରେମରୁ ବିବାଦ ହୋଇଥିଲା କି ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।

Advertisment

ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ ଥିବା ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ପରିବାର ଲୋକଙ୍କ ସହ କଥା ହୋଇ ନିଜ ରୁମ୍‌କୁ ଡିଜେ ଆଜେକ୍ସ ଚାଲି ଯାଇଥିଲେ। ଏହାର କିଛି ଘଣ୍ଟା ପରେ କବାଟ ଭାଙ୍ଗି ଭିତରୁ ଝୁଲନ୍ତା ଅବସ୍ଥାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ପରିବାର ଲୋକ ତୁରନ୍ତ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇଥିବା ଆଜେକ୍ସଙ୍କ ଦାଦା କହିଛନ୍ତି।  ଏଥିରେ ତାଙ୍କ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତିା


 
 
 
 
 
 
 
 
 
 
 
 
 
 

A post shared by DJ AZEX (@djazex)

ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଡିଜେ ଆଜେକ୍ସଙ୍କ ମାମୁ ଅଭିଯୋଗ କରିଛନ୍ତି। ଚାଞ୍ଚଲ୍ୟକର ବୟାନ ଦେଇ ସେ କହିଛନ୍ତି, ‘ଜଣେ ଝିଅ ତାକୁ(ଡିଜେ ଆଜେକ୍ସ) ବ୍ଲାକ୍‌ମେଲ୍‌ କରୁଥିଲା। ସେ ଝିଅ ଡିଜେ ଆଜେକ୍ସ ଓ ଆଉ ଜଣେ ପୁଅ ଉଭୟଙ୍କୁ ଭଲ ପାଉଥିଲା। କିଛି ଭିଡିଓକୁ ନେଇ ବିବାଦ ଥିଲା। ପ୍ଲାନ୍‌ କରି ମୋ ଭଣଜାଙ୍କୁ ମାରିଛନ୍ତି। ସେ ଝିଅ ୧୫ ଦିନ ପୂର୍ବେ ଆଜେକ୍ସଠୁ ୧୫ ହଜାର ଟଙ୍କା ମାଗିକି ନେଇଥିଲା।’

Advertisment


 
 
 
 
 
 
 
 
 
 
 
 
 
 

A post shared by DJ AZEX (@djazex)

 


 
 
 
 
 
 
 
 
 
 
 
 
 
 

A post shared by DJ AZEX (@djazex)

Advertisment
Advertisment