• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗମେଇ ନଦୀକୁ ଗାଧୋଇବାକୁ ଯାଉଛନ୍ତି କି? ସାବଧାନ ! ନଦୀରେ ବୁଲୁଛି ବଉଳା କୁମ୍ଭୀର । ଗୋରୁ ଗାଈଙ୍କୁ ପାଣି ପିଆଇବାକୁ ନେଉଛନ୍ତି କି ? ତେବେ ସାବଧାନ! ଟାଣି ନେଇଯିବ କୁମ୍ଭୀର । ଏବେ କୁମ୍ଭୀରକୁ ନେଇ ଗାଁଟା ସାରାରେ ଆତଙ୍କ ।

ନଦୀରେ କୁମ୍ଭୀରର ଗତିବିଧି ଜଣାପଡ଼ିବା ପରେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକ ନନ୍ଦପୁରର ଲୋକେ । ଗମେଇ ନଦୀ ନିକଟରେ ଏକ କୁମ୍ଭୀର ବୁଲା ବୁଲି କରୁଥିବାରୁ ଭୟ ବଢ଼ିଛି ।

ସେପଟେ ନଦୀରେ ୬ ଫୁଟିଆ ବଉଳା କୁମ୍ଭୀର ବୁଲୁଥିବାର ଖବର ପାଇ ବନବିଭାଗ ଲୋକମାନଙ୍କୁ ସଚେତନ କରାଇଛି । ହୋର୍ଡିଂ ମାରିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୂଚନା ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ।

 

ପ୍ରତିଦିନ ଶହ ଶହ ଗୋରୁଗାଈ ପାଣି ପିଇବାକୁ ନଦୀକୁ ଆସୁଥିବା ବେଳେ ପ୍ରଶାସନ କେତେ ଯତ୍ନବାନ ହେଉଛି ତାହା ଦେଖିବାକୁ ଅପେକ୍ଷା ରହିଛି ।

(ରିପୋର୍ଟ- ଭଦ୍ରକ ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ)