/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679209312.jpg)
Minor girl's body recovered from well in Odisha's Bargarh
କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ଏକ କୂଅ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଲେ ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗାଁର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ।
ଗତ ୧୫ ତାରିଖରୁ ପଦ୍ମିନୀ ନିଖୋଜ ଥିଲେ। ଏ ସମ୍ପର୍କରେ ପରିବାର ଲୋକେ ୧୬ ତାରିଖରେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍ ଚନ୍ଦ୍ରଶେଖର ସେଠ୍ ନାମକ ଜଣେ ଯୁବକଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା।
ଶେଷରେ ଚନ୍ଦ୍ରଶେଖର ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ କୂଅରେ ପିଙ୍ଗି ଦେଇଥିବା ପୋଲିସ୍ ଜାଣିବାକୁ ପାଇଥିଲା। ଏହାପରେ ବିଜେପୁର ପୋଲିସ୍ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ କୂଅ ଭିତରୁ ମୃତଦେହ ଉଦ୍ଧାର କରିଛି।
ସୂଚନାଥାଉ କି, ପଦ୍ମିନୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ଚାଲିଥିବା ଶୁଣି ଚନ୍ଦ୍ରଶେଖର ତାଙ୍କୁ ଡାକି ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏନେଇ ପୋଲିସ୍ ମାମଲା ରୁଜୁ କରି ଚନ୍ଦ୍ରଶେଖରଙ୍କୁ ଧରି ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)