/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679215058.jpg)
Lightning strike
ବଜ୍ରାଘାତରେ ଚାଲିଗଲା ଜୀବନ । ଭଦ୍ରକ ଜିଲ୍ଲା ବାସୁଦେପୁରରେ ବଜ୍ରାଘାତରେ ଯୁବକ ମୃତ, ୨ ଗୁରୁତର । ମୃତ ଯୁବକ ହେଲେ ବାଂଶବଡା ଥାନା କରଞ୍ଜମାଳ ଗୁଆଁଶୁଳ ଗାଁର କାର୍ତ୍ତିକ ମାଝି ।
ଗତକାଲି ରାତିରେ ଚିଙ୍ଗଡି ଘେରି ନିକଟସ୍ଥ ଏକ ଚାଳ ଘରେ ମୃତ କାର୍ତ୍ତିକ ଓ ତାଙ୍କ ଦୁଇ ବନ୍ଧୁ ଶୋଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଖବର ପାଇ ପରିବାର ଲୋକ ୩ ଜଣଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ କାର୍ତ୍ତିକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ବାଲେଶ୍ବର ଜିଲ୍ଲା ସିମଳିଆ ଥାନା ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରାଣ ହରାଇଛନ୍ତି । ଗତକାଲି ସନ୍ଧ୍ୟାରେ ନିରଞ୍ଜନ ପଲେଇଙ୍କ ଝିଅ ମାନସୀ ଖେଳୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ପରିବାର ଲୋକ ତୁରନ୍ତ ମାନସୀଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ରାତିରେ ମାନସୀଙ୍କର ମୃତ୍ୟୁ ହୋଇଥିଲା । ମାନସୀଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)