ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ। ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ପାଟନାର ବଖତିଆରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପଛପଟୁ ଜଣେ ଯୁବକ ହଠାତ୍ ମଞ୍ଚ ଉପରକୁ ଚଢିଯାଇଥିଲା ଏବଂ ନୀତିଶଙ୍କୁ ଆକ୍ରମଣ କରିଥିଲା।
ସୋମବାର ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନିକଟରେ ଶେଷ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ବିଜେପିକୁ ୨୦ଟି ଆସନ ଦେଇ ସେ ବିଜୟ ହୋଇଛନ୍ତି। ଶପଥ ଗ୍ରହଣ ସମାରୋହ ସକାଳ ୧୧ ଟାରେ ପାନଜୀସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଘରୋଇ ବସଟି ବିବାହ ଉତ୍ସବରୁ ଫେରୁଥିବା ୬୩ ଜଣଙ୍କୁ ଧରି ଅନନ୍ତପୁର ଜିଲ୍ଲା ଧର୍ମଭରମରୁ ଚିତ୍ତୋର ନାଗରିକୁ ଯାଉଥିଲା । ତେବେ କୌଣସି କାରଣବଶତଃ ପ୍ରାୟ ୫୦ ଫୁଟ୍ ଘାଟି ତଳକୁ ବସଟି ଖସି ପଡିଥିଲା
ବର୍ତ୍ତମାନ ହ୍ୱାଟ୍ସଆପ୍ ଏକ ନୂଆ ଫିଚରକୁ ନେଇ କାମ କରୁଛି। ଏହା ହେଉଛି ବିଟା ରେଷ୍ଟର୍ସ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ କରିବା। ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଓ iOS ଉଭୟ ପାଇଁ ହେବ। ବର୍ତ୍ତମାନ ଏହି ଫିଚର ଆର୍ଜେଟିନାରେ ଜାରି କରାଯାଇଛି।
ଗିରଫ ହୋଇଥିବା ନିଶାଡିଯୁବକଙ୍କ ନାମ ଅମରଶ କୁମାର ସିଂ । ବ୍ରେଥ୍ ଆନାଲାଇଜର ଦ୍ୱାରା ଯୁବକ ଜଣକ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଛି
ଆସନ୍ତାକାଲି ଏବଂ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି।
କୋଭିଡ ମହାମାରୀର ୨ ବର୍ଷ ପରେ ଆଜି ଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି। ଆଗକୁ ପର୍ଯ୍ୟାୟକ୍ରମେ ଭାରତରୁ ବିଭିନ୍ନ ଦେଶକୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଅପରିବର୍ତ୍ତିତ ରହି ୫୨,୫୯୦ ଟଙ୍କା ରହିଛି । ଆଜି ରୁପା ମୂଲ୍ୟ ବି କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୮,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଯୋଗୀ ରାଇଜର କୁଆଡେ ମୁସଲିମଙ୍କ ସ୍ଥାନ ନଥାଏ। ଏହାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ଯୋଗୀ ଆଦିତ୍ୟ ଆଦିତ୍ୟନାଥ। ନିଜର ଦ୍ୱିତୀୟ ଇଂନିସରେ ମନ୍ତ୍ରୀ ମଣ୍ଡଳରେ ନୂଆ ଚେହେରାକୁ ସ୍ଥାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଜାଣନ୍ତୁ ସେ ମନ୍ତ୍ରୀଙ୍କ ବିଷୟରେ...
ଏହି ଯୋଜନାର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିଲା।
ଷ୍ଟେସନରେ ୩ ବଗି ଛାଡ଼ି ଚାଲିଗଲା ଫାଲକନାମା ଏକ୍ପପ୍ରେସ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍ । ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଯାତ୍ରୀବାହୀ ଟ୍ରେନ୍। ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ସୂଚନା ମିଳିଛି ।
ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।
ଭାରତ ସରକାର ଶିକ୍ଷା ତଥା ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବିଦେଶ ଯାତ୍ରା କରୁଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଚିନ୍ତା କରୁଛନ୍ତି। ଏହି ସୂଚନା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ଟିକାକରଣ ପାଇଁ ଏହିପରି ଲୋକ ଦେୟ ଦେବା ଉଚିତ କି ନାହିଁ ଏବଂ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଡୋଜ୍ ଉପଲବ୍ଧ କରାଯିବା ଉଚିତ କି ନାହିଁ ସରକାର ବିଚାର କରୁଛନ୍ତି।
ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବିମାନ ସେବା। ଏହାପୂର୍ବରୁ ବିମାନ ବନ୍ଦର ଏବଂ ବିମାନ ଉଡ଼ାଣରେ ଥିବା କୋଭିଡ୍-୧୯ ନିୟମରେ କେନ୍ଦ୍ର ସରକାର ଅନେକ କୋହଳ ଘୋଷଣା କରିଛନ୍ତି।
ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି।
ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।
ଶବ ବୋହିବା ଲାଗି ମେଡିକାଲରେ ମିଳିଲାନି ଆମ୍ବୁଲାନ୍ସ ଆଉ ନିଜ ମୃତ ଶିଶୁ କନ୍ୟାକୁ ୧୦ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା।
ବିଗତ ୨ ବର୍ଷ ହେଲା ଦେଶ କୋଭିଡ ମହାମାରୀରେ ଗତି କରୁଥିବା ବେଳେ ଔଷଧର ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ । ବର୍ତ୍ତମାନ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ୍ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର। ପାଖାପାଖି ଏହି ଔଷଧର ଦାମ୍ ୧୦% ବଢ଼ିବ ବୋଲି ସୂଚନା ମିଳିଛି ।
ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୮୫ ପଇସା ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି ।
ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ଝିଅ ହେଉଛନ୍ତି ଜିଆ । ଯେତେବେଳେ ଜିଆ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଶିଖୁଥିଲେ ସେତେବେଳେ ତାଙ୍କ ପିତା ମାତା ତାଙ୍କର ଏହି ଦକ୍ଷତା ବିଷୟରେ ଆଭାସ ପାଇଥିଲେ ।
ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।
ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।
ସମ୍ବିତ ପାତ୍ର ଅଭିଯୋଗ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ରହିଛି।
ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।