Advertisment

'ସାହାସ ଅଛି ତ ମୋ ସରକାର ଭାଙ୍ଗିକି ଦେଖାଅ'

କେନ୍ଦ୍ର ସରକାରଙ୍କୁ ନାଲିଆଖି ଦେଖାଇଲେ କେସିଆର । କହିଲେ, ଏଇଟା ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା। ତୁମ ମନ୍ତ୍ରୀମାନେ ଦେଖୁଥିବା ସ୍ୱପ୍ନ କେବେ ସତ ହେବନି। ମୋ ସହ ଲାଗିବ ତ, କେନ୍ଦ୍ର ସରକାରଙ୍କୁ ହିଁ ଭାଙ୍ଗିଦେବି । ବାସ୍‌ ଏତିକି କହିବା ପରେ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Telangana CM

Telangana CM

ସାହସ ଅଛି ତ ମୋ ସରକାର ଭାଙ୍ଗ । କେନ୍ଦ୍ରକୁ ଏମିତି କହି ଚର୍ଚ୍ଚାରେ କେସିଆର୍‌ । ଦେଶରେ ଯାହା ଚାଲିଛି ତାହା ଭୁଲ୍‌, ସାହସ ଅଛି ତ ମୋ ସରକାରକୁ ଭାଙ୍ଗି ଦେଖାଉ କେନ୍ଦ୍ର। ଯଦି ମୋ ସହ ଲାଗିବ ମୁଁ କେନ୍ଦ୍ର ସରକାରକୁ ହିଁ ଭାଙ୍ଗିଦେବି । କିଛି ଏଭଳି ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ।

Advertisment

କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି । ତେଲେଙ୍ଗାନାରେ କିଛି କେନ୍ଦ୍ରମନ୍ତ୍ରୀ ଆସି ସ୍ୱପ୍ନ ଦେଖୁଛନ୍ତି କି ଏଠିକା ସରକାରକୁ ସେମାନେ ଭାଙ୍ଗି ଦେବେ । ହେଲେ ସେମାନେ ବୁଝିବା ଦରକାର ଏହା ମହାରାଷ୍ଟ୍ର ନୁହେଁ ଏହା ହେଉଛି ତେଲେଙ୍ଗାନା । କେନ୍ଦ୍ରକୁ କେସିଆର ଦେଲେ ଚ୍ୟାଲେଞ୍ଜ କହିଲେ, ମୋ ସହ ଲାଗିବ ତ ହଇରାଣ ହେବ । ଦିଦିଙ୍କ ପରେ କେନ୍ଦ୍ର ବିରୋଧରେ ଏମିତି ମନ୍ତବ୍ୟ ଦେବାରେ କେସିଆର ଦ୍ୱିତୀୟ ବୋଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ସିଧାସଳଖ କେସିଆର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ଯାହା କରୁଛି ତାହା ଆଦୌ ଠିକ୍‌ ନୁହେଁ । ଏଭଳି ପରିସ୍ଥିତିରେ ଆମେ ନିରବ ରହିବା ଉଚିତ୍ ନୁହେଁ । ଆମକୁ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ପରିବର୍ତ୍ତନ ନାମରେ କିଛି ନାହିଁ । ଆମକୁ ଭାରତୀୟ ରାଜନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କେସିଆର କହିଛନ୍ତି।

Advertisment

ଆଉ କେସିଆରଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ହଟ୍ଟଚମଟ ବି ସୃଷ୍ଟି ହେଲାଣି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସ୍ୱାଗତ କରିବା ଲାଗି ଖୋଦ୍ ମୁଖ୍ୟମନ୍ତ୍ରୀ ବିମାନବନ୍ଦରକୁ ଯାଇଥିଲେ। କିନ୍ତୁ ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ଲାଗି ସେ ବିମାନବନ୍ଦରକୁ ଯାଇନଥିଲେ। କେବଳ ଏବେ ନୁହେଁ ବରଂ ଏହାକୁ ଲଗାଇ ମୋଟ୍ ୩ ଥର ହେଲାଣି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଯାଉନାହାନ୍ତି କେସିଆର। ସେ ଯାହା ବି ହେଉ କେସିଆରଙ୍କ ଏପରି ହରକତକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Telangana CM Special Story
Advertisment
Advertisment