J&K: 2 LeT Terrorists Apprehended By Villagers In Tuksan
ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ । ବର୍ବରତା କାଣ୍ଡ ରଚାଉଥିବା ଆତଙ୍କବାଦୀଙ୍କୁ ଖାଲି ହାତରେ ଧରି ସାହସୀର ପରିଚୟ ଦେଇଛନ୍ତି ଗ୍ରାମବାସୀ । ଅସ୍ତ୍ରଶସ୍ତ୍ରରେ ସଜିତ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି ଜାମ୍ମୁକାଶ୍ମୀର ବାସିନ୍ଦା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଧରାପଡିଥିବା ଆତଙ୍କବାଦୀ ଫୈଜଲ ମହମ୍ମଦ ଏବଂ ତାଲିବ ହୁସେନ୍ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା ଲକ୍ସର-ଏ-ତୋଏବା ଆତଙ୍କୀ ସଙ୍ଗଠନର ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କଠାରୁ ଦୁଇଟି ଏକ-୪୭ ରାଇଫଲ, ୭ଟି ଗ୍ରିନେଡ୍, ପିସ୍ତଲ ଆଦି ମାରଣାସ୍ତ୍ର ଜବତ କରାଯାଇଛି ।
J&K | 2 terrorists of LeT apprehended by villagers of Tuksan, Reasi district, with weapons. 2AK rifles, 7 grenades and a pistol recovered. DGP announces a reward of Rs 2 lakhs for villagers: ADGP Jammu
Apprehended terrorists identified as Faizal Ahmed Dar and Talib Hussain. pic.twitter.com/frBrBrktv5
— ANI (@ANI) July 3, 2022
ଜାମ୍ମୁକାଶ୍ମୀରରେ ତୁକସାନ୍ ବାସିନ୍ଦା ଦୁଇ ଆତଙ୍କବାଦୀଙ୍କୁ ଧରିଥିବାରୁ ପୋଲିସ ଡିଜିଙ୍କ ସହ ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ସେମାନଙ୍କ ପାଇଁ ପୁରଷ୍କାର ରାଶି ପ୍ରଦାନ କରିବାର ଘୋଷଣା କରିଛନ୍ତି । ଡିଜିପି ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବାବେଳେ ଉପ ରାଜ୍ୟପାଳ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏନେଇ ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
Hats off to the courage of villagers of Tuksan, in #Reasi district . Two #terrorists of LeT apprehended by villagers with weapons; 2AK #rifles, 7 #Grenades and a #Pistol. DGP announces #reward of Rs 2 lakhs for villagers. pic.twitter.com/iPXcmHtV5P
— ADGP Jammu (@igpjmu) July 3, 2022
ତେବେ ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେବାସହ ସମାଜରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)