Advertisment

ଗ୍ରାହକଙ୍କୁ ବମ୍ପର ଅଫର୍‌; ପ୍ଲାଷ୍ଟିକ୍‌ ଦିଅ ସୁଆଦିଆ ଖାଇବା ଖାଅ

ଗ୍ରାହକଙ୍କ ପାଇଁ ବଡ଼ ଖବର । ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ । ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍‌ ବଦଳରେ କେତେ ମିଳୁଛି ଖାଇବା?

author-image
Otv Khabar Bureau
Plastic Waste

Plastic Waste

ପ୍ଲାଷ୍ଟିକ୍‌ ଦିଅନ୍ତୁ, ମାଗଣା ଖାଆନ୍ତୁ । ଆବର୍ଜନା ବଦଳରେ ମିଳୁଛି ସୁଆଦିଆ ଖାଦ୍ୟ । ତେବେ ଏହି ଦୋକାନର ଉଦଘାଟନ କଲେ ରାଜ୍ୟପାଳ । ପ୍ଲାଷ୍ଟିକ ବଦଳରେ ମିଳୁଛି ସୁଆଦିଆ ଖାଇବା । ଯେତେ ଆବର୍ଜନା ଦେବେ ସେତେ ପରିମାଣରେ ମାଗଣା ଖାଇବା ପାଇବେ। ହୁଏତ ଏଇ କଥା ଆପଣଙ୍କୁ ବିଶ୍ୱାସ ହୋଇ ନପାରେ ହେଲେ ଘଟଣାଟି ପୂରା ସତ।

Advertisment

ଏପରି ବ୍ୟବସ୍ଥା ଖୋଦ୍‌ ଗୁଜୁରାଟ୍‌ ସରକାରଙ୍କ ପକ୍ଷରୁ କରାଯାଇଛି । ଆଉ ଏହାର ଉଦଘାଟନ ରାଜ୍ୟପାଳ କରିଛନ୍ତି । ଗୁଜୁରାଟ୍‌ରେ ଏମିତି ଏକ କ୍ୟାଫେର ନିର୍ମାଣ କରାଯାଇଛି, ଯେଉଁଠାରେ ପ୍ଲାଷ୍ଟିକ ଦେଲେ ପ୍ରତିବଦଳରେ ମିଳୁଛି ମାଗଣା ଖାଇବା । ରାଜ୍ୟର ଜୁନାଗଢରେ ଉଦଘାଟନ ହୋଇଥିବା ଏଇ କ୍ୟାଫେର ନାଁ ପ୍ରାକୃତିକ ପ୍ଲାଷ୍ଟିକ କ୍ୟାଫେ ରହିଛି । ଆଉ ସେହି କ୍ୟାଫେର ଶୁଭଉଦଘାଟନ କରିଛନ୍ତି ଖୋଦ୍‌ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ।

କ୍ୟାଫେର ପରିଚାଳନା ଦାୟିତ୍ୱ ସର୍ବୋଦୟ ସଖୀ ମଣ୍ଡଳ ଦ୍ୱାରା କରାଯାଉଛି । ମହିଳା ଗୋଷ୍ଠୀ ପୂରା ପରିଚାଳନାର ଭାର ନିଜ ହାତରେ ରଖିଛନ୍ତି। ଯାହାକୁ ନେଇ ପୂରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଜାଗା ଏବଂ ଅନ୍ୟ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ସେପଟେ ଏଇ କ୍ୟାଫେ ସମ୍ପର୍କରେ ଜୁନାଗଡ ଜିଲ୍ଲାପାଳ କହିଛନ୍ତି, ଆମେ ସହରକୁ କେମିତି ସରସ ସୁନ୍ଦର ରଖିବା ସେ ଦାୟିତ୍ୱ ଆମ ସମସ୍ତଙ୍କର। ତେଣୁ ପ୍ଲାଷ୍ଟିକ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଆମେ ତାହାକୁ ନଷ୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ସେ କହିଛନ୍ତି।

Advertisment

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୫ ଶହ ଗ୍ରାମ ପ୍ଲାଷ୍ଟିକ ବଦଳରେ ଗୋଟିଏ ଗ୍ଲାସ ଲେମ୍ବୁ ରସ ୧ କିଲୋ ପ୍ଲାଷ୍ଟିକ ବଦଳରେ ଗୋଟିଏ ପ୍ଲେଟ ଢୋକଲା କିମ୍ବା ପୋହା ଦିଆଯାଉଛି । ସେହିପରି ଆଗାମୀ ଦିନରେ ଅଧିକ ପ୍ଲାଷ୍ଟିକ ଦେଲେ ଆହୁରି ଅନ୍ୟାନ୍ୟ ସୁଆଦିଆ ଖାଇବା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗୁଜୁରାଟ ପ୍ରଶାସନର ଏମିତି ନିଷ୍ପତ୍ତିକୁ ନେଇ ସବୁଆଡେ ବେଶ୍‌ ଚର୍ଚ୍ଚା ଚାଲିଛି ।

Plastic Waste Special Story Free Meal
Advertisment
Advertisment