• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

The Falconama Express was slightly injured in the crash
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍‌

ଷ୍ଟେସନରେ ୩ ବଗି ଛାଡ଼ି ଚାଲିଗଲା ଫାଲକନାମା ଏକ୍ପପ୍ରେସ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍‌ । ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଯାତ୍ରୀବାହୀ ଟ୍ରେନ୍‌। ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ସୂଚନା ମିଳିଛି ।

Arvind Kejriwal targets bjp
କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି : କେଜ୍ରିୱାଲ

ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।

Center may allow covid vaccine booster shot for people travelling abroad
କେନ୍ଦ୍ର ସରକାରର ନୂଆ ବିଚାର: ଏମାନେ ବି ନେଇପାରିବେ ବୁଷ୍ଟର୍‌ ଡୋଜ୍

ଭାରତ ସରକାର ଶିକ୍ଷା ତଥା ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବିଦେଶ ଯାତ୍ରା କରୁଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ଚିନ୍ତା କରୁଛନ୍ତି। ଏହି ସୂଚନା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ଟିକାକରଣ ପାଇଁ ଏହିପରି ଲୋକ ଦେୟ ଦେବା ଉଚିତ କି ନାହିଁ ଏବଂ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଡୋଜ୍‌ ଉପଲବ୍ଧ କରାଯିବା ଉଚିତ କି ନାହିଁ ସରକାର ବିଚାର କରୁଛନ୍ତି।

International flights resume from tomorrow
ଯାତ୍ରୀଙ୍କ ପାଇଁ ଖୁସି ଖବର; ଦେଶରେ କାଲିଠାରୁ ଉଡିବ ଆନ୍ତର୍ଜାତୀୟ ବିମାନ

ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବିମାନ ସେବା। ଏହାପୂର୍ବରୁ ବିମାନ ବନ୍ଦର ଏବଂ ବିମାନ ଉଡ଼ାଣରେ ଥିବା କୋଭିଡ୍‌-୧୯ ନିୟମରେ କେନ୍ଦ୍ର ସରକାର ଅନେକ କୋହଳ ଘୋଷଣା କରିଛନ୍ତି।

UP cm yogi holds 1st meeting of council of ministers
ଯୋଗୀ ସରକାରର ବଡ ଉପହାର; ମାଗଣା ରାସନ ଯୋଜନାକୁ ଆଉ ୩ ମାସ ବୃଦ୍ଧି

ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି।

Ministers of yogi government will soon get the department
ଯୋଗୀ ସରକାର ମନ୍ତ୍ରୀଙ୍କୁ ମିଳିବ ଦାୟିତ୍ୱ; ଜାଣନ୍ତୁ କାହା ହାତରେ ପଡିପାରେ କେଉଁ ବିଭାଗ

ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।

Chhattisgarh Man Seen Carrying Daughter's Body For 10 Km
ଶବ ବୁହା ଗାଡ଼ି ଆସିବାରେ ହେଲା ବିଳମ୍ବ; ଝିଅର ଶବକୁ ୧୦ କିଲୋମିଟର ବୋହିଲା ବାପା

ଶବ ବୋହିବା ଲାଗି ମେଡିକାଲରେ ମିଳିଲାନି ଆମ୍ବୁଲାନ୍ସ ଆଉ ନିଜ ମୃତ ଶିଶୁ କନ୍ୟାକୁ ୧୦ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା।

Medicine Price Hike
ପେଟ୍ରୋଲ, ଡିଜେଲ, ଖାଇବା ତେଲ ପରେ ଏବେ ପାଳି ଔଷଧର...

ବିଗତ ୨ ବର୍ଷ ହେଲା ଦେଶ କୋଭିଡ ମହାମାରୀରେ ଗତି କରୁଥିବା ବେଳେ ଔଷଧର ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ । ବର୍ତ୍ତମାନ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ୍‌ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର। ପାଖାପାଖି ଏହି ଔଷଧର ଦାମ୍‌ ୧୦% ବଢ଼ିବ ବୋଲି ସୂଚନା ମିଳିଛି ।

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates
ଖାଉଟିଙ୍କୁ ମହଙ୍ଗା ମାଡ଼, ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୮୫ ପଇସା ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି ।

Jia Rai Paraswimmer
୧୩ ବର୍ଷ ବୟସରେ ବିଶ୍ୱ ରେକର୍ଡ, ଭାରତ ପାଇଁ ଜିଆ ଆଣିଲେ ଗୌରବ

ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ଝିଅ ହେଉଛନ୍ତି ଜିଆ । ଯେତେବେଳେ ଜିଆ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଶିଖୁଥିଲେ ସେତେବେଳେ ତାଙ୍କ ପିତା ମାତା ତାଙ୍କର ଏହି ଦକ୍ଷତା ବିଷୟରେ ଆଭାସ ପାଇଥିଲେ ।

Jogi Adityanath
ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ, ନିଜ ନାଁରେ କଲେ ୨ ନୂଆ ରେକର୍ଡ

ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।

Before Yogi Adityanath Oath taking ceremony criminal encountered
ଯୋଗୀ ସରକାରର ଶପଥ ଗ୍ରହଣ ପୂର୍ବରୁ; ଅପରାଧି ଏନ୍‌କାଉଣ୍ଟର୍‌

ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍‌କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।

birbhum violence
ବୀରଭୂମ ହିଂସା ଘଟଣାର ତଦନ୍ତ କରିବ ସିବିଆଇ

ସମ୍ବିତ ପାତ୍ର ଅଭିଯୋଗ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ରହିଛି।

PM Modi to interact with students in 'Pariksha Pe Charcha' on April 1
ପରୀକ୍ଷାର୍ଥୀଙ୍କୁ ମିଳିବ ଗୁରୁମନ୍ତ୍ର; ଏପ୍ରିଲ ୧ ରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Yogi-Modi Meet
ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ

ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates
ପୁଣି ବଢିଲା ତେଲଦର, ଜାଣନ୍ତୁ ଆପଣଙ୍କର ସହରରେ କେତେ ରେଟ୍‌...

ପୁଣି ବଢିଲା ତେଲଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି ।

West Bengal chief minister Mamata Banerjee
ପଶ୍ଚିମବଙ୍ଗରେ ବୀରଭୂମ ହିଂସା ମାମଲା: ତେଜୁଛି ରାଜନୀତି, ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବିରୋଧୀଙ୍କ ଦାବି

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିବା ସହ, ସଂପର୍କୀୟଙ୍କ ପାଇଁ ସରକାରୀ ଚାକିରୀ ଘୋଷଣା କରିଛନ୍ତି । 

The newlyweds were burned
ବୀରଭୂମ ହିଂସା, ସାମ୍ନାକୁ ଆସିଲା ହୃଦୟ ବିଦାରଣ କାହାଣୀ,ଜଳିଗଲେ ନବଦମ୍ପତି

ପଶ୍ଚିମବଙ୍ଗର ବୀରଭୂମରେ ଜଣେ ଟିଏମସି ନେତାଙ୍କ ହତ୍ୟା ପରେ ହିଂସା ବଢିଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୨ ଜଣ ପିଲା ରହିଛନ୍ତି। ଏପରିସ୍ଥଳେ ଏହି ଘଟଣାରେ ଜଡିତ ଏକ ହୃଦୟବିଦାରଣ କାହାଣୀ ସାମ୍ନାକୁ ଆସିଛି। ହତ୍ୟା କରା ଯାଇଥିବା ଲୋକଙ୍କ ମଧ୍ୟରେ ନବବିବାହିତ ଦମ୍ପତି ରହିଛନ୍ତି ।

gold rate today
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛ ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା ହ୍ରାସ ପାଇ ୪୭,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୪୩୦ ଟଙ୍କା କମି ୫୧,୬୭୦ ଟଙ୍କା ରହିଥିବା ଜଣାଯାଇଛି। କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧,୩୦୦ ଟଙ୍କା କମି ୬୭,୬୦୦ ଟଙ୍କା ରହିଛି ।

Fire
ବୀରଭୂମରେ ୧୦ ଜଣ ଜିଅନ୍ତା ଜାଳିବା ଘଟଣାରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍‌କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।

Petrol Diesel Price Hike
ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି ପେଟ୍ରୋଲ, ଡିଜେଲ ଦର

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।

Petrol Diesel Price Hike
ପେଟ୍ରୋଲ୍ ପୁଣି ବଢିଲା। ଘର ମ୍ୟାନେଜ୍ କେମିତି ହେବ

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।

 puskar singh dhami takes oath
ଉତ୍ତରାଖଣ୍ଡରେ ଧାମିଙ୍କ ଦ୍ୱିତୀୟ ଇଂନିସ୍ ଆରମ୍ଭ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି ।

gold rate today
ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୫୦ ଟଙ୍କା ବଢ଼ି ୪୭,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୦୦ ଟଙ୍କା ବଢ଼ି ୫୨,୧୦୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି ଆଜି ରୁପା ମୂଲ୍ୟ ବି ବୃଦ୍ଧି ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା ବଢ଼ି ୬୮,୯୦୦ ଟଙ୍କା ରହିଛି ।

11 Dead In Massive Fire
ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୧ ଶ୍ରମିକ

ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।