• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ଷ୍ଟାଇଲ୍‌ରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରସର ପ୍ରତିବାଦ । ଆକଶକୁ ଛାଡ଼ିଲେ କଳା ବେଲୁନ୍ । କଳା ପତାକା କି କଳା ପଟି ନୁହେଁ । ଆକାଶକୁ କଳା ବେଲୁନ୍ ଛାଡ଼ି କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଉନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ । ପିଏମଙ୍କ ସ୍ୱତନ୍ତ୍ର ଚପର, ବିମାନ ବନ୍ଦର ଛାଡ଼ିବା ବେଳେ ଆକାଶକୁ କଳା ବେଲୁନ ଛାଡ଼ିଦେଲେ କଂଗ୍ରେସ କର୍ମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଆନ୍ଧ୍ର ଗସ୍ତ ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ମୋଦି ଆଜି ଆନ୍ଧ୍ର ଗସ୍ତ କରିଥିବା ବେଳେ ବିଜୟଓ୍ୱାଡ଼ାର ଗନ୍ନାଭରମ ବିମାନବନ୍ଦରରୁ ଭିମାଭରମ୍ ଅଭିମୁଖେ ସ୍ୱତନ୍ତ୍ର ଚପରରେ ଯାତ୍ରା କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଚପ୍ପର ଛାଡ଼ିବାର ଠିକ୍ ୫ ମିନିଟ୍ ପୂର୍ବରୁ କିଛି କଂଗ୍ରେସ କର୍ମୀ ଏକ ଉଚ୍ଚ ଅଟ୍ଟାଳିକା ଉପରକୁ ଯାଇ ଅନେକ ଗୁଡ଼ିଏ କଳା ବେଲୁନ୍ ଆକାଶକୁ ଛାଡ଼ି ଦେଇଥିଲେ । ଏହା ପୂର୍ବରୁ କଂଗ୍ରେସ କର୍ମୀ ବିମାନବନ୍ଦର ନିକଟରେ ବିକ୍ଷୋଭ କରିବା ସହ ବେଲୁନ୍ ଧରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରା ମଧ୍ୟ ଦେଉଥିଲେ । ପୋଲିସ ଏ ଘଟଣାରେ ୪ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ରହିଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇନଥିବା କଥାକୁ ଖଣ୍ଡନ କରିଛି ପୋଲିସ । ବିମାନବନ୍ଦରଠାରୁ ପ୍ରାୟ ସାଢେ ୪ କିଲୋମିଟର ଦୂରରୁ ଦୁଇଟି ବେଲୁନ ଛଡ଼ା ଯାଇଥିବା କଥା ଆନ୍ଧ୍ର ପୋଲିସ କହିଛି ।