• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚର୍ଚ୍ଚିତ IAS ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ତଥା IAS ଆଥର ଆମୀର ଖାନ୍ ପୁଣି ବିବାହ କରିବେ । ଡାକ୍ତର ମେହରାନା କାଜିଙ୍କୁ ବିବାହ କରିବେ ଆଥର୍ । ଉଭୟଙ୍କ ନିର୍ବଦ୍ଧ ସରିଥିବା ବେଳେ ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ଫଟୋ ପୋଷ୍ଟ ବି କରିଛନ୍ତି ।

ଆଥର ୨୦୧୮ରେ ଟିନାଙ୍କ ସହ ବିବାହ କରିଥିଲେ । ଟିନା ଓ ଆଥର ଉଭୟ ବ୍ୟାଚ୍ ମେଟ୍ ହେବା ସହ UPSC ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ଦୁଇ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା ସହ ବିବାହ ବିଚ୍ଛେଦ ହୋଇଥିଲା । ଟିନା ଓ ଆଥରଙ୍କ ବିବାହ ଉତ୍ସବରେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ତତ୍କାଳୀନ ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗଦେଇଥିଲେ । ସାରା ଦେଶରେ ଲଭ୍ ଜିହାଦ୍ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଥରଙ୍କୁ ଟିନାଙ୍କ ବିବାହ ଖବରର ଶିରୋନାମା ସାଜିଥିଲା । ତେବେ ଟିନା ଏହାକୁ ଭ୍ରୁକ୍ଷେପ କରିନଥିଲେ ।

ତେବେ ଦୁଇ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାର କିଛି ମାସ ପରେ ଟିନା ଆଉ ଜଣେ IAS ଅଧିକାରୀଙ୍କୁ ବିବାହ କରିଥିଲେ । ରାଜସ୍ଥାନର ଜୟପୁରରେ ଏପ୍ରିଲ ୨୨ରେ ବିବାହ ସଂପନ୍ନ ହୋଇଥିଲା । ତାଙ୍କ ଜୀବନ ସାଥୀ ସାଜିଛନ୍ତି ଡ. ପ୍ରଦୀପ ଗାୱାଣ୍ଡେ । ୨୦୧୬ ବ୍ୟାଚ୍‌ର ଆଇଏଏସ ଅଫିସର ଟିନା ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍‌ର ଆଇଏଏସ ଅଫିସର । ଉଭୟେ ରାଜସ୍ଥାନରେ ପୋଷ୍ଟିଂ ଥିଲେ ।

୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ ଥିଲା । ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର ।