Advertisment

ସାବଧାନ ! ଫେସବୁକ୍‌ରେ ଏହି ସବୁ ପୋଷ୍ଟ ସେୟାର କଲେ ମିଳିବ ଦଣ୍ତ..

କମ୍ୟୁନିଟି ଉଲଙ୍ଘନ ନେଇ ଫେସବୁକ୍‌ରେ ୧.୭୫ କୋଟି ପୋଷ୍ଟ ଉରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି ।

author-image
Otv Khabar Bureau
Facebook Content

Facebook Content

ଭାରତରେ ୧.୭୫ କୋଟିରୁ ଉର୍ଦ୍ଧ୍ୱ ପୋଷ୍ଟ ଉପରେ ରୋକ୍‌ ଲଗାଇଛି ଫେସବୁକ୍‌ । କମ୍ୟୁନିଟି ଉଲଙ୍ଘନ ନେଇ ଫେସବୁକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦିନକୁ ଦିନ ଫେସବୁକ୍‌ରେ ବିବାଦୀୟ ମନ୍ତବ୍ୟ ଉପରେ ପୋଷ୍ଟ ସଂଖ୍ୟା ବଢ଼ିଚାଲିଛି । ଏନେଇ ଦେଶରେ ବଢ଼ୁଥିବା ଉତ୍ତେଜନା ପରେ ଫେସବୁକ୍‌ ବିଭିନ୍ନ ପୋଷ୍ଟ ଉପରେ ରୋକ୍‌ ଲଗାଇଛି ।

Advertisment

ଦେଶରେ ଗତ କିଛି ମାସ ମଧ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ବିଭିନ୍ନ ସ୍ଥାନରେ ଘଟୁଥିବା ହିଂସାତ୍ମକ ଘଟଣାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ ଏହା ଫେସବୁକ୍‌ କମ୍ୟୁନିଟିକୁ ଉଲଙ୍ଘନ କରୁଥିବା ଫେସବୁକ ଦାବି କରିଛି । କେବଳ ଫେସବୁକ୍‌ ନୁହେଁ ଅନ୍ୟ ସୋସିଆଲ ମିଡ଼ିଆ ଆପ୍‌ ମଧ୍ୟ ଏଭଳି ପୋଷ୍ଟ ଉପରେ ରୋକ୍‌ ଲଗାଇଛି ।

ଫେସବୁକର ମାସିକ ରିପୋର୍ଟରେ ଅନୁଯାୟୀ ଯେ ମେ’ ମାସରେ ୧୩ ଟି କମ୍ୟୁନିଟି ଉଲ୍ଲଂଘନ ପ୍ରସଙ୍ଗରେ ଭାରତରେ ପ୍ରାୟ ୧.୭୫ କୋଟି ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମେଟା ମାଲିକାନାରେ ଥିବା ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମ ରିପୋର୍ଟ ଅନୁୟାୟୀ କାର୍ଯ୍ୟାନୁଷ୍ଠା ନିଆଯାଇଥିବା ପୋଷ୍ଟରେ ହଇରାଣ, ବାଧ୍ୟବାଧକତା, ହିଂସା କିମ୍ବା ଗ୍ରାଫିକ୍ସ ପୋଷ୍ଟ, ନଗ୍ନତା ଏବଂ ଯୌନ କାର୍ଯ୍ୟକଳାପ, ପିଲାମାନଙ୍କୁ ବିପଦରେ ପକାଇବା, ବିପଜ୍ଜନକ ସଂଗଠନ ଏବଂ ସ୍ପାମ୍, ସମ୍ପ୍ରଦାୟର ହିଂସା ଅନ୍ତର୍ଭୁକ୍ତ ରହିଥିଲା ।

Advertisment

ମେଟା ଅନ୍ତର୍ଭୁକ୍ତ ଇନଷ୍ଟାଗ୍ରାମରେ ମଧ୍ୟ ୪୧ ଲକ୍ଷ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ମେଟା ରିପୋର୍ଟ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରୁ ଯେକୌଣସି ପୋଷ୍ଟ ଅପସାରଣ କରିବା କିମ୍ବା ଚିତ୍ର ଏବଂ ଭିଡିଓରେ ଚେତାବନୀ ଯୋଡିବା ଯାହାକି କେତେକଙ୍କୁ ବିବ୍ରତ କରିପାରେ ।

Facebook Content Community Violation
Advertisment
Advertisment