• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଣିଷ କେତେ ବର୍ବର..ହିଂସ୍ର ହୋଇପାରେ ? ରାଗରେ କଣ ଭିଆଇ ପାରେ? ଏହାର ନଗ୍ନ ଉଦାହରଣ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । କୁକୁର ଭୁକିଲା ବୋଲି ଦିଲ୍ଲୀରେ ଜଣେ ଯୁବକ କୁକୁର ସମେତ କୁକୁରର ମାଲିକଙ୍କ ପରିବାରର ୩ ଜଣଙ୍କୁ ରଡ଼ରେ ପିଟି ଲହୁ ଲୁହାଣ କରିଛି ।

ଦିଲ୍ଲୀର ପଶ୍ଚିମ ବିହାରରେ କୁକୁର ଭୋକିବାରୁ ଜଣେ ଯୁବକ କ୍ଷୁବ୍ଧ ହୋଇ କୁକୁରକୁ ରଡ଼ରେ ଆକ୍ରମଣ କରିଥିଲେ । ଯୁବକଙ୍କୁ ଜଣେ ମହିଳା ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ଏହାପରେ ସଂପୃକ୍ତ ଯୁବକ ତାଙ୍କୁ ଆକ୍ରମଣ କରିଥିଲା । ଏମିତିକି କୁକୁରର ମାଲିକ ଓ ଅନ୍ୟଜଣେ ଯୁବକଙ୍କୁ ମଧ୍ୟ ରଡ଼ରେ ଆକ୍ରମଣ କରି ଲହୁଲୁହାଣ କରିଥିଲା ଆକ୍ରମଣକାରୀ ।

ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓ :-

ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଏହି ଘଟଣାର ଭିଜୁଆଲ କଏଦ ହୋଇଛି । ଘଟଣାକୁ ନେଇ କୁକୁରର ମାଲିକ ପଶ୍ଚିମ ବିହାର ଇଷ୍ଟ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି ।

ଅନ୍ୟପକ୍ଷେ, ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ରଜସ ଗାଁରେ କୁକୁରକୁ ତୀର ମାଡ଼ କରିଥିବାର ଘଟଣା ସାମ୍ନାକୁ ଆସିଛି । ଗାଁର ଜଣେ ବ୍ୟକ୍ତି ଏକ କୁକୁରକୁ ତୀର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ୱେଚ୍ଛାସେବୀ ସଂଗଠନ ଥାନାରେ ଏକ ଏତଲା ଦେଇଛନ୍ତି । ତେବେ ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତୀରମାଡ଼ରେ କୁକୁରଟି ଗୁରୁତର ଆହତ ହୋଇଥିବାବେଳେ ଡାକ୍ତରଖାନାରେ ତାର ଚିକିତ୍ସା ଚାଲିଛି ।

ତେବେ ଦିନକୁ ଦିନ ମଣିଷ ପଶୁପକ୍ଷୀଙ୍କ ପ୍ରତି ନିଷ୍ଠୁର ହେବାରେ ଲାଗିଛି । କେତେବେଳେ ନିଜ ସ୍ୱାର୍ଥ ପାଇଁ ନିରୀହ ପଶୁ ପକ୍ଷୀଙ୍କ ହତ୍ୟା କରୁଛି ତ ଆଉ କେତେବେଳେ ବିନା କାରଣରେ ସେମାନଙ୍କୁ ହଇରାଣ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରୁଥିବାର ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳିଛି ।