Advertisment

ଫ୍ଲୋର୍‌ ଟେଷ୍ଟ୍‌ରେ ନିଜ ଶକ୍ତି ପ୍ରମାଣିତ କରି ଜିତିଲେ ସିନ୍ଦେ

ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଦେ ସରକାର ନିଜ ଶକ୍ତି ପ୍ରମାଣିତ କରି ଏଥିରେ ଜିତିଛନ୍ତି। ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଦେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି।

author-image
Rajalaxmi Sahoo
Maha CM Eknath Shinde wins vote of confidence

Maha CM Eknath Shinde wins vote of confidence

ଫ୍ଲୋର୍‌ ଟେଷ୍ଟ୍‌ରେ ଜିତିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।। ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଦେ ସରକାର ନିଜ ଶକ୍ତି ପ୍ରମାଣିତ କରି ଏଥିରେ ଜିତିଛନ୍ତି। ଆଜି ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଦେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି। ସିନ୍ଦେଙ୍କ ସପକ୍ଷରେ ପଡ଼ିଥିଲା ୧୬୪ଟି ଭୋଟ୍। 

Advertisment

ଉଦ୍ଧବ ଠାକ୍‌ରେଙ୍କ ସପକ୍ଷରେ ମାତ୍ର ୯୯ ଭୋଟ୍‌ ପଡ଼ିଛି। ୩ ଜଣ ବିଧାୟକ ଭୋଟିଂ ବେଳେ ଗୃହରେ ଉପସ୍ଥିତ ନଥିଲେ। ଏହାସହ ଉଦ୍ଧବଙ୍କ ଗୋଷ୍ଠୀରେ ଥିବା ୧୫ ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ସିନ୍ଦେ କ୍ୟାମ୍ପରେ ସାମିଲ ହୋଇଛନ୍ତି। 

ଏହା ପୂର୍ବରୁ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ ହୋଇଥିଲେ। ସିନ୍ଦେ ଗୋଷ୍ଠୀ ଦ୍ୱାରା ସମର୍ଥିତ ବିଜେପି ବିଧାୟକ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।  MVA ଗୋଷ୍ଠୀର ଶିବସେନା ବିଧାୟକ ରାଜନ ସାଲ୍‌ଭିଙ୍କୁ ସେ ହରାଇଛନ୍ତି। 

Advertisment

ରାହୁଲ ନାର୍ବେକରଙ୍କୁ ୧୬୪ ଭୋଟ୍ ମିଳିଥିବା ବେଳେ ରାଜନ ସାଲ୍‌ଭିଙ୍କୁ ୧୦୭ ଭୋଟ୍ ମିଳିଥିଲା। ୭ଜ ଣ ଏନସିପି ବିଧାୟକ ଭୋଟ୍‌ରେ ସାମିଲ ହୋଇନଥିଲେ। ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପରେ ଗତକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ କରାଯାଇଥିଲା। 

Eknath Shinde Maharashtra Political Crisis Maharashtra CM Eknath Shinde
Advertisment
Advertisment