• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ରରେ ଆସନ୍ତା ୪ ତାରିଖରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ ଏକନାଥ ସିନ୍ଦେ ସରକାର । ରାଜ୍ୟପାଳ ଜୁଲାଇ ୩-୪ରେ ୨ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ୪ ତାରିଖରେ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ତାଙ୍କ ସହ ୧୭୦ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ନୂଆ ମୁଖ୍ୟମନ୍ତ୍ରୀ ସିନ୍ଦେ ଦାବି କରିଛନ୍ତି । ନୂଆ ସରକାରରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇନାହିଁ । ଖୁବ୍ ଶୀଘ୍ର ଏସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସିନ୍ଦେ କହିଛନ୍ତି ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି ମହା ବିକାଶ ଅଗାଡି । ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କ ବିପକ୍ଷରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି । ଉଭୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଗତବର୍ଷ ଫେବ୍ରୁଆରୀରେ କଂଗ୍ରେସର ନାନା ପାଟୋଲ ଇସ୍ତଫା ଦେବା ପରଠାରୁ ଏହି ପଦବି ଖାଲି ପଡ଼ିଥିଲା ।

ପ୍ରଥମେ କଂଗ୍ରେସ ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରତତିଦ୍ୱନ୍ଦିତା କରିବା ସ୍ଥିର ହୋଇଥିଲା । ତେବେ ପରେ ମହା ଆଗାଡି ମେଣ୍ଟର ୩ ଦଳ ମିଶି ଶିବସେନାର ରାଜନ ସାଲଭିଙ୍କ ପ୍ରର୍ଥୀତ୍ୱ ଉପରେ ମୋହର ମାରିଥିଲେ । ସେପଟେ ମହା ବିକାଶ ଆଗାଡି ବିଧାନସଭା ବାଚସ୍ପତି ନିର୍ବାଚନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ କିପରି ହୋଇପାରିବ, ଏସମ୍ପର୍କରେ ବିଧାନସଭାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅଭିଯୋଗ କରାଯାଇଛି ।