ବ୍ରିଜ୍ ଭୁଶୁଡ଼ିବା ମାମଲାରେ ୧୫ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଦୁଇ ଜଣ ଇଞ୍ଜିନିୟରଙ୍କଠାରୁ ସଷ୍ଟୀକରଣ ମାଗିଛନ୍ତି ସରକାର ।
ନବରାତ୍ରୀ ସମୟରେ ତେଜସ୍ୱୀ ଯାଦବ ମାଛ ଖାଉଥିବାରୁ ବିଜେପି ତାଙ୍କୁ ଟ୍ରୋଲ୍ କରିଛି।
ବିହାର ରାଜନୀତିରେ ଆଜି ହେବ ବଡ଼ ଧରଣର ହଲଚଲ୍ । ଆଜି ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।
କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ।
ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ।
ନୂଆ ସଂସଦ ଭବନ ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ଆରଜେଡି । ନୂଆ ପାର୍ଲାମେଣ୍ଟର ଫଟୋ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍ କରିଛିା
ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍ଜେଡି ମେଣ୍ଟ କରିଥିଲା ।
ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।
ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା ।
ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।
ମେଣ୍ଟ ନେତା ନିର୍ବାଚିତ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି । ବିଜେପି କହିଲା ଧୋକା, ବୁଦ୍ଧି ଶିଖାଇବେ ଜନତା ।
ଲାଲୁଙ୍କ ଝିଅ ସୋସିଆଲ୍ ମିଡିଆରେ ଇମୋସନାଲ୍ ପୋଷ୍ଟ ଶେୟାର କରିଛନ୍ତି। ଲାଲୁ ହସ୍ପିଟାଲ୍ରେ ଭର୍ତ୍ତି ହେବାସହ ଅସୁସ୍ଥ ଓ ଦୁର୍ବଳ ଅନୁଭବ କରୁଥିବା ଫଟୋରେ ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବା ପରେ ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ଆର୍ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିବେ। ହସ୍ପିଟାଲ୍ରେ ପହଞ୍ଚିବା ପରେ ଲାଲୁଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର। ସେପଟେ ଲାଲୁ ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ମେଡିକାଲରୁ ମେଡିକାଲ ସ୍ଥାନାନ୍ତର […]