Advertisment

ମୁଖ୍ୟମନ୍ତ୍ରୀ ହେବାପରେ ଆଜି ସିନ୍ଦେଙ୍କ ପ୍ରକୃତ ଅଗ୍ନି ପରୀକ୍ଷା

ବିଜେପି ସହ ମିଶି ସରକାର ଗଠନ କରିଥିବା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କ ଆଜି ପ୍ରକୃତ ଅଗ୍ନି ପରୀକ୍ଷା। ଏହା ପୂର୍ବରୁ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ ହୋଇଛନ୍ତି।

author-image
Rajalaxmi Sahoo
Maharashtra Eknath Shinde Government To Faces Test To Prove Majority

Maharashtra Eknath Shinde Government To Faces Test To Prove Majority

ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ବିଜେପି ସହ ମିଶି ସରକାର ଗଠନ କରିଥିବା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କ ଆଜି ପ୍ରକୃତ ଅଗ୍ନି ପରୀକ୍ଷା। ଏହା ପୂର୍ବରୁ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ ହୋଇଛନ୍ତି। ସିନ୍ଦେ ଗୋଷ୍ଠୀ ଦ୍ୱାରା ସମର୍ଥିତ ବିଜେପି ବିଧାୟକ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।  MVA ଗୋଷ୍ଠୀର ଶିବସେନା ବିଧାୟକ ରାଜନ ସାଲ୍‌ଭିଙ୍କୁ ସେ ହରାଇଛନ୍ତି। 

Advertisment

ରାହୁଲ ନାର୍ବେକରଙ୍କୁ ୧୬୪ ଭୋଟ୍ ମିଳିଥିବା ବେଳେ ରାଜନ ସାଲ୍‌ଭିଙ୍କୁ ୧୦୭ ଭୋଟ୍ ମିଳିଥିଲା। ୭ଜ ଣ ଏନସିପି ବିଧାୟକ ଭୋଟ୍‌ରେ ସାମିଲ ହୋଇନଥିଲେ। ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପରେ ଗତକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ କରାଯାଇଥିଲା। 

ମହାରାଷ୍ଟ୍ର ବିଧାନସଭାରେ ମୋଟ୍‌ ସଦସ୍ୟ ସଂଖ୍ୟା ୨୮୮। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ଦେହାନ୍ତ ହୋଇଛି। ସେପଟେ ଶିବସେନାର ୩୯ ବିଦ୍ରୋହୀ ସଦସ୍ୟଙ୍କୁ ବାହାର କରିବା ପରେ ମୋଟ୍‌ ସଦସ୍ୟ ସଂଖ୍ୟା ୨୪୮ ହୋଇଯାଇଛି। ଫଳରେ ବହୁମତ ସଂଖ୍ୟା ୧୨୫ ହୋଇଛି। 

Advertisment
Eknath Shinde Maharashtra Political Crisis
Advertisment
Advertisment