ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବାରେ ଅସଫଳ ହେବା ପରେ କଂଗ୍ରେସର ଏହି ଉଦ୍ୟମକୁ ବିଜେପି ସମାଲୋଚନା କରିଛି। ‘ପାର୍ଟି(କଂଗ୍ରେସ)ର ଏଜେଣ୍ଡା ହେଉଛି “ପରିବାର ବଚାଓ” ନା କି “ପାର୍ଟି ବଚାଓ” ବୋଲି ବିଜେପି ବ୍ୟଙ୍ଗୋକ୍ତି କରିଛି
ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି।
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋଚନା କରିଛନ୍ତି। କିଛି ରାଜ୍ୟରେ କେସ୍ ବଢୁଥିବାରୁ ଆଲର୍ଟ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ । ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି ।
ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।
ସ୍କୃଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଛି ସମିତି।
ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି।
ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।
ଘଟଣାସ୍ଥଳରେ ପହଞ୍ଚିଲା ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ । ପୂର୍ବରୁ ଘରକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା ।
ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତରେ ଆପତ୍ତି ଆଣିଲା ପାକିସ୍ତାନ । ଚେନ୍ନାବ ନଦୀ ଉପରେ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛି ପାକିସ୍ତାନ ।
ଗତକାଲି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।
ଅଲଗା ଅଲଗା ଜେଲ୍ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।
ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...
ଗତ ସପ୍ତାହରେ କରୋନା କେସ୍ ଦ୍ୱିଗୁଣା ହୋଇଛି। ଦେଶରେ ୧୨ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉ ଥିବାରୁ ଚିନ୍ତା ଆହୁରି ବଢ଼ିଛି।
ସୋସିଆଲ୍ ମିଡିଆରେ ଝିଅ ବିଦା ବେଳର ଏହି ଭିଡିଓଟି ଏବେ ଭାଇରାଲ୍ ହେଇଛି
ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି
କଂଗ୍ରେସ ପାଇଁ କମର କସିବେ ପିକେ। ସୋନିଆ ଗାନ୍ଧିଙ୍କ ସହ ଅନ୍ତିମ ପର୍ଯ୍ୟାୟ ଭେଟଘାଟ ପରେ ବଡ଼ ନିଷ୍ପତ୍ତି। ଅଣ-ଗାନ୍ଧୀ ନେତାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ପିକେଙ୍କ ପରାମର୍ଶ।
ଶେଷରେ କୋର୍ଟରେ ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା
ମୁମ୍ବାଇରେ ହନୁମାନ ଚଲିସାଙ୍କ ପାଠକୁ ନେଇ ବିବାଦ ଜାରି ରହିଛି। ଏହି ବିବାଦରେ ସାଂସଦ ନବନୀତ୍ ରାଣା ଫସିଯାଇଛନ୍ତି । ଶନିବାର ଦିନ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ଏବଂ ଆଜି ସେମାନଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ତେବେ ବର୍ତ୍ତମାନ ଉଭୟଙ୍କୁ ମେ ୬ ପର୍ଯ୍ୟନ୍ତ ଜେଲକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଡିଜିଟାଲ ପେମେଣ୍ଟ ଦ୍ୱାରା ଉଭୟ ଗ୍ରାହକ ଓ ଦୋକାନୀଙ୍କୁ ମିଳୁଛି ଲାଭ । ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସୂଚନା ଦେଲେ ମୋଦି ।
ଏକତରଫା ପ୍ରେମରୁ ଆତ୍ମହତ୍ୟା । ପ୍ରେମିକାର ବିବାହ ହୋଇଯିବା ପରେ ଜୀବନ ହାରିଦେଲେ ଯୁବକ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ ଗସ୍ତ ପୂର୍ବରୁ ବିସ୍ଫୋରଣ ହୋଇଛି। ରାଲି ଭେନ୍ୟୁର ୧୨ କି.ମି. ଦୂରରେ ଏହି ବିସ୍ଫୋରଣ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ଜମ୍ମୁ କାଶ୍ମୀର ଗସ୍ତ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ ।
ରାଣା ଦମ୍ପତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି।
ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଦିଲ୍ଲୀ ସରକାର ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।