• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ । ସିନ୍ଦେ ଗୋଷ୍ଠୀ ଦ୍ୱାରା ସମର୍ଥିତ ବିଜେପି ବିଧାୟକ ରାହୁଲ ନାର୍ବେକର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ନିର୍ବାଚନରେ MVA ଗୋଷ୍ଠୀର ଶିବସେନା ବିଧାୟକ ରାଜନ ସାଲ୍‌ଭିଙ୍କୁ ହରାଇଛନ୍ତି ରାହୁଲ ନାର୍ବେକର । ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ୧୬୪ ଓ ରାଜନ ସାଲ୍‌ଭିଙ୍କୁ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ୨ ବିଧାୟକ କାହାରିକୁ ଭୋଟ୍ ଦେଇ ନାହାନ୍ତି ।

ସେପଟେ ୭ଜଣ ଏନସିପି ବିଧାୟକ ଭୋଟରେ ସାମିଲ ହୋଇନାହାଁନ୍ତି । ୨ ଜଣ ଏନସିପି ବିଧାୟକ ଜେଲରେ ଥିବା ବେଳେ ୫ ଜଣ ଅନୁପସ୍ଥିତ ଥିଲେ । ସେହିପରି AIMIMର ଜଣେ ବିଧାୟକ ବି ଭୋଟରେ ସାମିଲ ହେଲେନି । ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପରେ ଆଜିଠୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ କରାଯାଇଥିଲା । ବିଜେପି ଓ ସିନ୍ଦେ ଗୋଷ୍ଠୀ ମିଳିତ ଭାବେ ବିଜେପି ବିଧାୟକ ରାହୁଲ ନର୍ବେକରଙ୍କୁ ବାଚସ୍ପତି ପାଇଁ ପ୍ରାର୍ଥୀ କରିଥିଲେ ।

ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି ପକ୍ଷରୁ ଶିବସେନା ବିଧାୟକ ରାଜନ ସାଲଭି ପ୍ରାର୍ଥୀ ହୋଇଥିଲେ । ଆଜି ବାଚସ୍ପତି ନିର୍ବାଚନ ଶେଷ ହୋଇଥିବାରୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ।

ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ଭାବେ ସିନ୍ଦେ ଗୋଷ୍ଠୀ ଦ୍ୱାରା ସମର୍ଥିତ ବିଜେପି ବିଧାୟକ ରାହୁଲ ନାର୍ବେକର ନିର୍ବାଚିତ ହେବା ପରେ ବିଜେପିର ସେଲିବ୍ରେସନ । ମୁମ୍ବାଇରେ ବିଜେପି ପାର୍ଟି ଅଫିସ୍‌ରେ ବିଜେପି କର୍ମୀମାନେ ନାଚ ଗୀତ କରି ସେଲିବ୍ରେସନ କରିଛନ୍ତି । ବାଜା ବଜାଇ ରଙ୍ଗ ଖେଳି ନାଚଗୀତରେ ମସ୍‌ଗୁଲ ହୋଇଛନ୍ତି ବିଜେପି ନେତା ଓ କର୍ମୀ ।