Maharashtra Assembly Speaker polls: Voting underway, BJP's Rahul Narwekar leads
ଆଜିଠୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଆଜି ପ୍ରଥମ ଦିନରେ ବାଚସ୍ପତି ନିର୍ବାଚନ ହେବ ନୂଆ ସରକାର ଗଠନ ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ହେଉଛି ।
ବିଜେପି ଓ ସିନ୍ଧେ ଗୋଷ୍ଠୀ ମିଳିତ ଭାବେ ବିଜେପି ବିଧାୟକ ରାହୁଲ ନର୍ବେକରଙ୍କୁ ବାଚସ୍ପତି ପାଇଁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି ପକ୍ଷରୁ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ବାଚସ୍ପତି ନିର୍ବାଚନ ଶିବସେନାର ଏକନାଥ ସିନ୍ଧେଙ୍କ ଗୋଷ୍ଠୀକୁ ମିଳିବ ନୂଆ ପରିଚୟ ବାଚସ୍ପତି ହିଁ ନିର୍ଣ୍ଣୟ କରିବେ । ଏକନାଥ ସିନ୍ଧେଙ୍କ ପାଖରେ ଦଳୀୟ କ୍ଷମତା ରହିବ ନା ଉଦ୍ଧବ ଥାକରେଙ୍କ ପାଖରେ ରହିବ ।
Maha Assembly session begins to elect Speaker
Read @ANI Story | https://t.co/EOtgUCRzbb#MaharashtraAssembly#SpeakerElection#Maharashtra#Eknath_Shinde#MahaVikasAghadi#Devendra_Fadnavispic.twitter.com/mZHKdcRjQ3
— ANI Digital (@ani_digital) July 3, 2022
ଅନ୍ୟପକ୍ଷେ, ବିଧାନସଭାରେ ଆଜି ହେବାକୁ ଥିବା ବାଚସ୍ପତି ନିର୍ବାଚନରୁ ନିଲମ୍ବିତ ବିଧାୟକଙ୍କୁ ଦୂରେଇ ରଖିବା ପାଇଁ ଆଦେଶ ଦେବାକୁ ଶିବସେନାର ଉଦ୍ଧବ କ୍ୟାମ୍ପର ବିଧାୟକ ସୁରେଶ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ମାମଲା ବିଚାରାଧିନ ଥିବାରୁ ବିଧାନସଭାର କୌଣସି କାର୍ଯ୍ୟକ୍ରମରୁ ଦୂରେଇ ରଖିବା ପାଇଁ ପ୍ରଭୁ ଆବେଦନ କରିଛନ୍ତି ।
ତେବେ ଜୁଲାଇ ୧୧ରେ ଏହାର ଶୁଣାଣି ହେବ ସେପଟେ ସଂଖ୍ୟା ହିସାବରେ ସିନ୍ଧେଙ୍କ ଗୋଷ୍ଠୀରେ ଅଧିକ ବିଧାୟକ ଥିବାରୁ ମେଣ୍ଟର ପ୍ରାର୍ଥୀଙ୍କୁ ବାଚସ୍ପତି ନିର୍ବାଚନରେ ଭୋଟ୍ ଦେବାକୁ ସିଏ ହ୍ୱିପ୍ ଜାରି କରିଛନ୍ତି । ଯାହାକୁ ନେଇ ଏବେ ଉଦ୍ଧବ କ୍ୟାମ୍ପ ଅଡୁଆରେ ପଡିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)