• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳିଲା ମମତାଙ୍କ ସ୍ୱର । ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ପ୍ରସଙ୍ଗରେ ବଦଳିଲା ମମତାଙ୍କ ସ୍ୱର । ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି ଯେ, ମୁର୍ମୁ ବିଜୟୀ ହେବା ସମ୍ଭାବନା ଅଧିକ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ପାଇଁ ତାଙ୍କର ଭାବନା ରହିଛି । ମାତ୍ର ବିଜେପି ସମ୍ଭାବିତ ପ୍ରାର୍ଥୀଙ୍କୁ ନେଇ ଆଦୌ ଚର୍ଚ୍ଚା କରିନି । ଏପରିକି ବିଜେପି ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସେ ରାଜି ହୋଇଥାନ୍ତେ, ମାତ୍ର ବିଜେପି ପକ୍ଷରୁ ତାଙ୍କୁ ଅବଗତ କରାଯାଇନି । ଯଦି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ସର୍ବସମ୍ମତି କ୍ରମେ ହୁଅନ୍ତା ସେ ବହୁତ ଖୁସି ହୋଇଥାନ୍ତେ ବୋଲି କହିଛନ୍ତି ମମତା ।

ବିରୋଧୀ ମେଣ୍ଟ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ, ମମତାଙ୍କ ସ୍ୱର ପରିବର୍ତ୍ତନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ମମତା ଏବେ ଅକଳରେ ପଡିଯାଇଛନ୍ତି । ଦ୍ରୌପଦୀଙ୍କୁ ପ୍ରାର୍ଥୀତ୍ୱ ବେଳେ ସମସ୍ତଙ୍କୁ ଯୋଗାଯୋଗ କରାଯାଇଥିଲା, ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ ବି କରୁଛନ୍ତି । ଏଣୁ ମମତା ଅକଳରେ ପଡି ଏବେ ଏଭଳି ମନ୍ତବ୍ୟ ଦେଉଥିବା ମୋହନ କହିଛନ୍ତି ।

କୋଲକାତାରେ ଇସକନର ରଥଯାତ୍ରା କାର୍ଯ୍ୟକ୍ରମକୁ ଉଦଘାଟନ କରି ମମତା କହିଛନ୍ତି, “ଯଦି ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଆଗରୁ କହି ଦେଇଥାଆନ୍ତା, ତା’ହେଲେ ମୁଁ ନିଶ୍ଚିତ ଏହା ଉପରେ ଚିନ୍ତା କରି ଥାଆନ୍ତି । ବର୍ତ୍ତମାନର ରାଜନୀତିକ ଦୃଶ୍ୟପଟ୍ଟଟରେ ଦ୍ରୌପଦୀ ମୁର୍ମୁ ଜିତିବାର ଅଧିକ ସମ୍ଭାବନା ରହିଛି । ବିଶେଷ କରି ମହାରାଷ୍ଟ୍ରର ରାଜନୀତିକ ହଟଚମଟ ପରେ ଏହି ସମ୍ଭାବନା ଅଧିକ ବଢ଼ି ଯାଇଛି ।”

ଶାସକ ବିଜେପି ପାଖରେ ୪୯% ଭୋଟ ରହିଛି । ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ହେଲେ ଦ୍ରୌପଦୀ ମୁର୍ମୁଙ୍କୁ ୫୦% ଭୋଟ ଦରକାର । ଏକାଧିକ ଅଣ ଏନଡିଏ ସରକାର ତାଙ୍କୁ ସମର୍ଥନ କରୁଥିବାରୁ ସେ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ନେଇ ମମତା କହିଛନ୍ତି, “ଆଦିବାସୀଙ୍କ ପ୍ରତି ଆମେ ସମ୍ବେନଶୀଳ । ଯଦି ବିଜେପି ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥାଆନ୍ତା, ତା’ହେଲେ ସବୁ ବିରୋଧୀ ଦଳ ନିଶ୍ଚିତ ଭାବେ ଏହା ଉପରେ ବସି ବିଚାର କରିଥାଆନ୍ତେ ।”

“କିନ୍ତୁ ଶାସକ ଦଳ ଆମକୁ କେବଳ ମତାମତ ଦେବାକୁ ଡାକିଥିଲା । ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରାଗଲେ ଭଲ । ମୁଁ ଏକୁଟିଆ କିଛି କରିପାରିବି ନାହିଁ । ସବୁ କିଛି ୧୭ଟି ରାଜନୀତିକ ଦଳର ମତାମତ ଅନୁସାରେ ହୋଇଛି । ଏଥିପାଇଁ ନାମାଙ୍କନ ମଧ୍ୟ ଦାଖଲ ହୋଇଛି । ତେଣୁ ଏବେ ଆଉ କିଛି କରାଯାଇ ପାରିବ ନାହିଁ ।” ୨୦୧୭ ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ହେଲେ ବିଜେପି ରାମନାଥ କୋବିନ୍ଦଙ୍କୁ ଚୟନ କରିଥିଲା ।