/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657004657.jpg)
Food delivery boy rides horse to drop off orders amidst
ଯଦି ବର୍ଷା ଦିନରେ ଆପଣ ଟ୍ରାଫିକରେ ଫସି ଯାଇଛନ୍ତି ଓ ଠିକ୍ ସମୟରେ ଆପଣଙ୍କୁ ଫୁଡ୍ ଡେଲିଭରି କରିବାର ଅଛି, ଏହା ଭାବିଲେ ଅକଲ ଗୁଡ଼ୁମ ହୋଇଯାଇଥାଏ। ହେଲେ ଜଣେ ଫୁଡ୍ ଡେଲିଭରିବୟ ଏଭଳି ଏକ ନିଆରା ପନ୍ଥା ଆପଣାଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ବର୍ଷାରେ ଅତିଷ୍ଠ ହୋଇ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି ଫୁଡ୍ ଡେଲିଭରି କରିଥିବା ଦେଖିବାକୁ ମିଳିଛି। ମୁମ୍ବାଇ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
କିଛି ଲୋକ ଫୁଡ୍ ଡେଲିଭରିବୟଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଏହାର ମଜାକ ଉଡ଼ାଇଛନ୍ତି। ସେହିପରି ଆଉ କିଛି ଲୋକ କହିଛନ୍ତି, ଏହି ଡେଲିଭରିବୟଙ୍କ 'Employee Of The Year' ଆୱାର୍ଡ ଦିଆଯିବା ଉଚିତ୍। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ବ୍ୟସ୍ତ ବହୁଳ ରୋଡ୍ରେ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି କାନ୍ଧରେ ବ୍ୟାଗ୍ ପକାଇ ଫୁଡ୍ ଡେଲିଭର କରିବାକୁ ଯାଉଛନ୍ତି।
#ViralVideo 😂
The video has been doing rounds on the social platforms,where a Swiggy delivery boy,who was reportedly got frustrated from the rain in the city and flooded roads skipped his usual ride and took a horse to drop off food orders to the customers @Martina@ReallySwarapic.twitter.com/r4ObE90eS5— Farz Khan | Najmul | فرز خان 🇮🇳 (@discoverykhan78) July 4, 2022
ସୂଚନାଥାଉ କି, ଗତ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା। ଏହାଦ୍ୱାରା ଟ୍ରେନ୍, ବସ୍ ସେବା ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ସହ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)