/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656866271.jpg)
Udaipur Beheading
ରାଜସ୍ଥାନ ଉଦୟପୁରରେ ଫେରୁଛି ଶାନ୍ତି । କର୍ଫ୍ୟୁ ସାମାନ୍ୟ କୋହଳ ହୋଇଥିବା ବେଳେ ଆଗକୁ ସ୍ଥିତି ଦେଖି ନିୟମ କୋହଳ କରାଯିବା ନେଇ ପୋଲିସ କହିଛି । ଲୋକେ ଏବେ ଘରୁ ବାହାରକୁ ଆସି କିଣାକିଣି କରୁଛନ୍ତି । ଯାତାୟାତ ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହେଲାଣି । ତେବେ ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି । କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଉଦୟପୁର ଆଡିସନାଲ ଡିଜିପି ଲୋକଙ୍କୁ ଅପିଲ୍ କରିଛନ୍ତି ।
ଉଦୟପୁରରେ ଜଣେ ଟେଲରଙ୍କୁ ଗଳାକାଟି ନୃଶଂସ ହତ୍ୟା ପରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ସ୍ଥିତିକୁ ଦେଖି ସାରା ରାଜ୍ୟରେ ୧୪୪ ଧାରା ଲାଗୁ କରାଯିବା ସହ ଉଦୟପୁରରେ କର୍ଫ୍ୟୁ ଲଗାଯାଇଥିଲା । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୦ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇ ଦେଇଛନ୍ତି । ଏନ୍ଆଇଏ ମାମଲାର ଛାନ୍ଭିନ୍ ଚଳାଇଛି ।
ଉଦୟପୁର ଘଟଣାର ପ୍ରତିବାଦ କରି ରାଜସ୍ଥାନ ଢୋଲପୁରରେ ବନ୍ଦ ପାଳନ ହୋଇଛି । ଢୋଲପୁର ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ଢୋଲପୁରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଡ୍ରୋନ୍ ଯୋଗେ ସ୍ଥିତି ଉପରେ ନଜର ରଖିଛି ପୋଲିସ । ତେବେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହେଉଥିବା ଢୋଲପୁର ଆଡିସନାଲ୍ ଏସ୍ପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)