Advertisment

ସିଦ୍ଧୁଙ୍କୁ ମର୍ଡର ପରେ କାର୍‌ ଭିତରେ ଖୁସି ମନାଇଥିଲେ ହତ୍ୟାକାରୀ, ସାମ୍ନାକୁ ଆସିଲା ଭିଡିଓ...

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ। ଏସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଛି।

author-image
Rajalaxmi Sahoo
Video shows 5 five men celebrating killing of Punjabi singer Sidhu Moose Wala

Video shows 5 five men celebrating killing of Punjabi singer Sidhu Moose Wala

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ। କାର୍‌ ଭିତରେ ଅସ୍ତ୍ରଶସ୍ତ୍ର ଏବଂ ବନ୍ଧୁକ ଧରି ହତ୍ୟାକାରୀମାନେ ଖୁସି ମନାଇଥିଲେ।  ଏସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ କାର୍‌ରେ ୫ ଜଣ ଯୁବକ ବସିଥିବା ବେଳେ କ୍ୟାମେରା ଆଗରେ ସମସ୍ତେ ବନ୍ଧୁକ ଦେଖାଇ ଖୁସି ମନାଉଛନ୍ତି। 

ଗାଡି ଆଗ ସିଟ୍‌ରେ ବସିଥିବା ଯୁବକ ହେଉଛି ସୁଟର ପ୍ରିୟବ୍ରତ ଫୌଜି। ସେହିପରି ପଛ ସିଟ୍‌ରେ ସୁଟର ଅଙ୍କିତ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି। ସୂଚନାଥାଉ କି, ରବିବାର ଦିନ ଦିଲ୍ଲୀ ଏୟାରପୋର୍ଟରୁ ଅଙ୍କିତକୁ ପୋଲିସ ଗିରଫ କରିଥିଲା।  ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ କହିଛି। ଅଙ୍କିତ ହିଁ ସିଦ୍ଧୁ ମୁସେୱାଲାଙ୍କୁ ଅତି ନିକଟରୁ ୬ ରାଉଣ୍ଡ ଗୁଳି ଚଳାଇଥିବା ପୋଲିସ କହିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ସିଦ୍ଧୁଙ୍କୁ ମର୍ଡର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା। ଆକ୍ରମଣକାରୀମାନେ ପାଖାପାଖି ୩୦ ରାଉଣ୍ଡ୍‌ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ୍‌ ଗୁଳି ତାଙ୍କ ଶରୀରରେ ବାଜି ଥିଲା। ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ୍‌ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା। ମନାସା ଜିଲ୍ଲା ହସ୍ପିଟାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋଷ୍ଟମର୍ଟମ ବେଳେ ସିଦ୍ଧୁଙ୍କ ଶରୀରରେ ୨୪ ରାଉଣ୍ଡ ଗୁଳିର କ୍ଷତ ଚିହ୍ନ ମିଳିଛି।

Punjab Singer Sidhu Moosewala Punjab Singer Murder Sidhu Moosewala Murder
Advertisment
Advertisment