ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।
ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।
ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।
ପାକିସ୍ତାନରେ ଧସୁଛି ଭାରତ ବିରୋଧୀ ଆତଙ୍କୀଙ୍କ ଗଡ଼ ! ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଣ୍ଡର ମୁଣ୍ଡ ...କିଏ ନେଉଛି ଜୀବନ, କାହା ନିର୍ଦ୍ଦେଶରେ ହେଉଛି ହତ୍ୟା?
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।
ପାକିସ୍ତାନର ସୀମା ହାଇଦରଙ୍କ ପରେ ଏବେ ଆଉ ଜଣେ ପାକିସ୍ତାନୀ ମହିଳା ନିଜ ମନର ସାଥୀଙ୍କୁ ଖୋଜି ଖୋଜି ଆସି ଭାରତରେ ପହଞ୍ଚିଛନ୍ତି।..
ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହ କାଶ୍ମୀର ପ୍ରସଙ୍ଗରେ ନେହରୁଙ୍କର ଦୁଇଟି ଭୁଲ୍ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନେହରୁଙ୍କର ପ୍ରଥମ ଭୁଲ ଥିଲା ଯେ ସେ ୧୯୪୭ ମସିହାରେ ଯେତେବେଳେ ଆମ ସେନା ବିଜୟୀ ହେଉଥିଲା ସେ ସମୟରେ ନେହରୁ ଅସ୍ତ୍ରବିରତି ଘୋଷଣା କରିଥିଲେ।
ବିଧାନସଭା ନିର୍ବାଚନରେ ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।
ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
୩୨ ବର୍ଷିୟା ବରିଲି ଜୋରାମ ପିପୁଲ୍ସ ମୁଭ୍ମେଣ୍ଟ ( ଜେପିଏମ୍) ପାର୍ଟିରୁ ନିର୍ବାଚନ ଲଢ଼ୁଥିଲେ। ଆଇଜଲ୍ ସାଉଥ୍-୩ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ଜଣେ ରେଡିଓ ଜକି ଭାବେ ବରିଲି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।
ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।
ବର୍ଷା ଓ ପବନ କମିବା ପରେ ବି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ବିଳମ୍ବିତ ରାତି ଯାଏ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ଶେଷରେ ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି ।
୭ ତାରିଖରେ ତେଲେଙ୍ଗାନାକୁ ମିଳିବ ନୂଆ ସିଏମ୍। ଶକ୍ତିଶାଳୀ ବିଆରଏସକୁ ମାତ୍ ଦେଇ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା କଂଗ୍ରେସର ପୋଷ୍ଟର୍ ବୟ୍ ଅନୁମୁଲା ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ।
ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ବିଜେପି କେବଳ ଗୋ-ମୂତ୍ର ରାଜ୍ୟରେ ହିଁ ନିର୍ବାଚନ ଜିତିପାରିବ । ଏପରି ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି DMK ଏମପି ସେନ୍ତିଲ କୁମାର । ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ସେ ଗୋ-ମୂତ୍ର ପିଉଥିବା ଅଞ୍ଚଳ ଭାବେ ଅଭିହୀତ କରିଛନ୍ତି ।
ରାଷ୍ଟ୍ରୀୟ ରାଜପୁତ କରନୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।
ଯଦି ଆପଣ କୌଣିସି ଚାଇନିଜ୍ ଆପ୍ରେ ପୁଞ୍ଜିନିବେଶ କରୁଛନ୍ତି, ତେବେ ସାବଧାନ ଆପଣ ଠକେଇର ଶିକାର ହୋଇପାରନ୍ତି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ।
ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି ।
କର୍ମଚାରୀଙ୍କୁ ଦରମା ନଦେଇ ପାରିବାରୁ ନିଜ ଘର ବନ୍ଧକ ରଖିଲେ । ଦେବାଳିଆ ହେବା ଅବସ୍ଥାରେ ଶିକ୍ଷା ପ୍ଲାଟଫର୍ମ ବାଏଜୁ ।
ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।
ଦିନକ ପରେ ଦିଲ୍ଲୀରେ ବସିବ ଏହି ବିରୋଧୀ ମେଣ୍ଟର ବୈଠକ । ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ ।
ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା ।