• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚେନ୍ନାଇ ସ୍ଥିତ ଏକ ଆଇଟି କମ୍ପାନୀର ମୁଖ୍ୟ, ନିଜ ଅଧିନରେ କାମ କରୁଥିବା ୫୦ ଜଣ କର୍ମଚାରୀଙ୍କୁ ଦେଇଛନ୍ତି ନୂଆ କାର୍ ଉପହାର । ସେମାନଙ୍କ କାମରେ ଖୁସି ହୋଇ ତାଙ୍କୁ ଏହି ଉପହାର ପ୍ରଦାନ କରିଛନ୍ତି । ସମସ୍ତଙ୍କୁ ଦାମୀ ଓ ନୂଆ ଟେକ୍ନୋଲୋଜିର କାର୍ ଉପହାର ମିଳିଥିବା ଜଣାପଡ଼ିଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଆଇଟି କମ୍ପାନୀର ମୁଖ୍ୟ ହେଲେ ମୁରଲୀ । ସେ ତାଙ୍କ ପତ୍ନୀଙ୍କ ସହ ମିଶି ୨୦୦୯ ମସିହାରେ ଏହି ସଂସ୍ଥା ଆରମ୍ଭ କରିଥିଲେ ।

ମୁରଲୀ କହିଛନ୍ତି ଏହି ୫୦ ଜଣ କର୍ମଚାରୀ, ଆରମ୍ଭରୁ ତାଙ୍କ ସହ ରହିଛନ୍ତି । ଯେତେବେଳେ କମ୍ପାନୀର ସ୍ଥିତି ଭଲ ନଥିଲା ସେତେବେଳେ ବି ସେମାନେ ତାଙ୍କ ସହ ପିଲର୍ ଭଳି ଛିଡ଼ା ହୋଇଛନ୍ତି । ଆଉ ତାଙ୍କୁ ସାହାଯ୍ୟ କରିଛନ୍ତି । କମ୍ପାନୀକୁ ଆଗକୁ ବଢ଼ାଇବାରେ ସେମାନଙ୍କର ଅବଦାନ ଅତୁଳନୀୟ । ଆଜି କମ୍ପାନୀର ଭଲ ସମୟ ଆସିଛି । ସେଥିପାଇଁ କମ୍ପାନୀ ତରଫରୁ ସେମାନଙ୍କୁ ଏହି ଉପହାର ଦିଆଯାଇଛି ।

ମୁଁ ଏବଂ ମୋର ପାର୍ଟନର କମ୍ପାନୀର ସମସ୍ତ ସେୟାର ନିଜ ପାଖରେ ରଖିଛୁ । କିନ୍ତୁ ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ, ୩୩ ପ୍ରତିଶତ ସେୟାର ସେହି କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବୁ । ଯେଊଁମାନେ ଆମ ସହ ଦୀର୍ଘ ଦିନ ଧରି ଯୋଡ଼ି ହୋଇ ରହିଛନ୍ତି । ତେବେ ଏଥର ୫୦ କାର ଦିଆଯାଇଥିବା ବେଳେ ଗତ ଥର କମ୍ପାନୀ ପକ୍ଷରୁ ୧୦୦ ଜଣ କର୍ମଚାରୀଙ୍କୁ କାର୍ ଉପହାର ଦିଆଯାଇଥିଲା ।