• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପା ବନ୍ଧୁକରେ ଜୀବନ ହାରିଲା ପୁଅ । ଗୁଳି ଫୁଟାଇ କଲା ଆତ୍ମହତ୍ୟା । ଜଣେ ୧୯ ବର୍ଷର ଯୁବକ ଏପରି ଏକ କାଣ୍ଡ ଭିଆଇଛନ୍ତି । ତାଙ୍କ ନାଁ ହେଉଛି ବିଷ୍ଣୁ ଉଥାପ୍ପା । ସେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ର ଭାବେ ପାଠପଢ଼ୁଥିଲେ । ରାଜା ରାଜେଶ୍ୱରୀ ଇଞ୍ଜିନିୟରିଂ କଲେଜରେ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାରରେ ଦେଇଥିଲେ ବିଷ୍ଣୁ । ହେଲେ ହଠାତ୍‌ ନିଜର ସ୍ୱପ୍ନକୁ ପୂରା କରିବା ବଦଳରେ ବାଛିନେଲେ ମୃତ୍ୟୁର ବାଟ ।

ଏପରି ଏକ ଘଟଣା ବେଙ୍ଗାଲୁରୁରୁ ସାମ୍‌ନାକୁ ଆସିଛି । ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପ୍ପା ନିଜ ବାପାଙ୍କ ବନ୍ଧୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ନାବଳକ ଜଣକ ବାମ ଛାତିରେ ଗୁଳି ବାଜିବା ପରେ ସେ ଗୁରୁତର ହେବା ପରେ ତାଙ୍କ ଜୀବନ ଚାଲିଯାଇଛି ।

ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ରାତି ପ୍ରାୟ ୪ଟା ସମୟରେ କେହି ଘରେ ନଥିବା ବେଳେ ବିଷ୍ଣୁ ଉଥାପ୍ପା ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ବାପା ଜଣେ ସୁରକ୍ଷାକର୍ମଚାରୀ ଭାବେ କାମ କରନ୍ତି । ତେଣୁ ତାଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା । ସେହି ବନ୍ଧୁକରୁ ତାଙ୍କ ପୁଅ ଆତ୍ମହତ୍ୟା କରିଛି ।

ବେଙ୍ଗାଲୁରୁ ଉତ୍ତର ଡିଭିଜନର ଡେପୁଟି କମିଶନର ଏନେଇ ପ୍ରେସ୍‌ ନୋଟ୍‌ ଜାରି କରିଛନ୍ତି । ପ୍ରେସ୍‌ ନୋଟ୍‌ରେ ଲେଖା ରହିଛି ୧୯ ବର୍ଷିୟ ବିଷ୍ଣୁଙ୍କ ବାମ ଛାତିରେ ଗୁଳି ବାଜିଛି । ତାଙ୍କ ବାପାଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା । ଅଧିକାରୀମାନେ ତଦନ୍ତ କରୁଛନ୍ତି । ଯୁବକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।