Advertisment

ପୂରଣ ହେଲା ସଂକଳ୍ପ, ୫୦୦ ବର୍ଷ ପରେ ପିନ୍ଧିବେ ପଗଡ଼ି ଓ ଚମଡ଼ା ଜୋତା

୫୦୦ ବର୍ଷ ପରେ ପିନ୍ଧିବେ ପଗଡ଼ି ଓ ଚମଡ଼ା ଜୋତା। ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ବିରାଜମାନ କରିବାକୁ ଯାଉଛନ୍ତି ରାମଲାଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ram Mandir

Ram Mandir

ପୂରଣ ହେଲା ୫୦୦ ବର୍ଷର ସଂକଳ୍ପ। ୫୦୦ ବର୍ଷ ପରେ ପିନ୍ଧିବେ ପଗଡ଼ି ଓ ଚମଡ଼ା ଜୋତା। ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ବିରାଜମାନ କରିବାକୁ ଯାଉଛନ୍ତି ରାମଲାଲା। ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଭାଙ୍ଗିବାକୁ ଯାଉଛି ୫୦୦ ବର୍ଷର ପୁରୁଣା ଶପଥ।

Advertisment

ଅଯୋଧ୍ୟା ସମେତ ବସ୍ତି ଜିଲ୍ଲାର ୧୦୫ଟି ଗାଁର ସୂର୍ଯ୍ୟବଂଶୀ କ୍ଷତ୍ରିୟ ସମୁଦାୟର ପ୍ରାୟ ଦେଢ଼ ଲକ୍ଷ ଲୋକ ବସବାସ କରନ୍ତି। ୫୦୦ ବର୍ଷ ହେବ ଏହି ସମୁଦାୟର ଲୋକ ମୁଣ୍ଡରେ ପଗଡ଼ି ଓ ଚମଡ଼ା ଜୋତା ପିନ୍ଧୁନଥିଲେ। ତେବେ ୫୦୦ ବର୍ଷ ପରେ ଏମାନେ ମୁଣ୍ଡରେ ପଗଡ଼ି ଓ ଚମଡ଼ା ଜୋତା ପିନ୍ଧିବେ। କାରଣ ରାମ ମନ୍ଦିର ନିର୍ମାଣ ସହ ସେମାନଙ୍କ ସଂକଳ୍ପ ଏବେ ପୂରଣ ହୋଇଛି। ରାମ ମନ୍ଦିର ଉପରେ ଆକ୍ରମଣ ହେବା ପରେ ଯେ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କରାନଯାଇଛି ସେ ପର୍ଯ୍ୟନ୍ତ ସେମାନେ ଚମଡ଼ା ଜୋତା କିମ୍ବା ପଗଡ଼ି ପିନ୍ଧିବେନି ବୋଲି ଶପଥ ନେଇଥିଲେ। ଏଥିପାଇଁ ସେମାନେ କଠଉ ପିନ୍ଧୁଥିଲେ। ଅନ୍ୟପକ୍ଷରେ ଏହି ସୂର୍ଯ୍ୟବଂଶୀ କ୍ଷତ୍ରିୟ ସମୁଦାୟର ଲୋକ ନିଜକୁ ପ୍ରଭୁ ଶ୍ରୀରାମଙ୍କ ଉତ୍ତରାଧିକାରୀ ବୋଲି ଦାବି କରିଥାନ୍ତି।

ଅନ୍ୟପକ୍ଷରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଏହି ଦିନର ମହାର୍ଘ ମୁହୂର୍ତ୍ତ । ଜାନୁଆରୀ ୨୨ରେ ଦେଶବାସୀଙ୍କ ଆସ୍ଥାର ପ୍ରତୀକ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚୂଡାନ୍ତ ହୋଇଛି କାର୍ଯ୍ୟ ନିର୍ଘଣ୍ଟ । ସପ୍ତାହେ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚ୍ଚନା ।

Advertisment
India Ayodhya Ayodhya Ram Mandir
Advertisment
Advertisment