• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତୀୟ ବାୟୁ ସେନାରେ ମିଳିବ ନିଯୁକ୍ତି । ଚଳିତ ବର୍ଷ ୨୦୨୪ରେ ଭାରତୀୟ ବାୟୁସେନାରେ ନିଯୁକ୍ତି ମିଳିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଜାନୁୟାରୀ ୧୭ରୁ ଆରମ୍ଭ ହେବାକୁ ଯାଉଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଫେବ୍ରୁଆରୀ ୬ ଯାଏଁ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ ।

ଭାରତୀୟ ବାୟୁ ସେନାର ସୂଚନା ଅନୁସାରେ ପ୍ରାର୍ଥୀମାନେ IAF Agniveervayuର ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ଉପଯୁକ୍ତ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ରହିଛି ।

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଯଦି ଆପଣ ସାଇନ୍ସ ବା ବିଜ୍ଞାନ ପଢ଼ିଥା’ନ୍ତି ତେବେ କେନ୍ଦ୍ରୀୟ, ରାଜ୍ୟ ଏବଂ UT ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷା ବୋର୍ଡରୁ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ । ତାହାସହ ଦଶମ ଓ +2ରେ ଇଂରାଜୀରେ ୫୦% ମାର୍କ ରଖିଥିବା ଆବଶ୍ୟକ ।

ସେହିପରି ସାଇନ୍ସ ବ୍ୟତୀତ ଯଦି ଆପଣ ଅନ୍ୟ କୌଣସି ଷ୍ଟ୍ରିମ୍‌ରେ ପଢ଼ିଥା’ନ୍ତି । ଦଶମ ଓ +2ରେ ସର୍ବନିମ୍ନ ୫୦% ମାର୍କ ରଖିବା ଜରୁରୀ । ଇଂରାଜୀରେ ୫୦% ମାର୍କ ରଖିଥିବା ମଧ୍ୟ ଆବଶ୍ୟକ ।

ବୟସ ସୀମା

ଏଥି ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବାକୁ ହେଲେ ସେମାନେ ୨୦୦୪ ଜାନୁଆରୀ ୨ରୁ ୨୦୦୭ ଜୁଲାଇ ୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ନାମଲେଖା ତାରିଖ ଅନୁସାରେ ୨୧ ବର୍ଷ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା

ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ଲାଗି ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟ୍‌ନେସ୍‌ ପରୀକ୍ଷା ଦେବାକୁ ହେବ ।

ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରୀ ୧୭ ତାରିଖରୁ ଆବେଦନ କରିପାରିବେ । ଫେବ୍ରୁଆରୀ ୨ ତାରିଖ ଆବେଦନର ଶେଷ ତାରିଖ । ମାର୍ଚ୍ଚ ୧୭ ପରେ ଏଥି ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବ ।

କେତେ ରହିଛି ପରୀକ୍ଷା ଦେୟ ?

ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନଙ୍କୁ ୫୫୦ ଟଙ୍କା ସହ ଜିଏସ୍‌ଟି ଦେବାକୁ ହେବ । ଅନ୍‌ଲାଇନ୍‌ ମଧ୍ୟମରେ ଏହି ଫି’ ଦେବାକୁ ଥିବାବେଳେ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ଏବଂ ଇଣ୍ଟରନେଟ୍‌ ବ୍ୟାଙ୍କିଂ ଦ୍ୱାରା ଏହି ଦେୟ ପ୍ରଦାନ କରିପାରିବେ ।