/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704368005.jpg)
NCP Leader Jitendra Ahwad
ପ୍ରଭୁ ରାମଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏନସିପି ନେତା ଜିତେନ୍ଦ୍ର ଆହାଦ କ୍ଷମା ମାଗିଛନ୍ତି। ମୁମ୍ବାଇରେ ଏଫ୍ଆଇଆର୍ ପଞ୍ଜିକୃତ ହେବା ପରେ ଜିତେନ୍ଦ୍ର ଆହାଦ୍ ନିଜ ବୟାନ ବଦଳାଇ ଦେଇଛନ୍ତି । ଜିତେନ୍ଦ୍ର ଆଦ୍ୱାଦ ନିଜ ବୟାନ ପାଇଁ କ୍ଷମା ମାଗିବା ସହ କହିଛନ୍ତି, ମୁଁ ଦୁଃଖ ପ୍ରକାଶ କରୁଛି, ଆମେ ମଧ୍ୟ ଅଯୋଧ୍ୟା ଯାଉଛୁ ।
ଶ୍ରୀରାମଙ୍କୁ ନେଇ ଜିତେନ୍ଦ୍ରଙ୍କ ବିବାଦୀୟ ବୟାନ ପରେ, VHP ଓ ବିଜେପି କର୍ମୀମାନେ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜିତେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ସେ କ୍ଷମା ମାଗନ୍ତୁ ବୋଲି ଦାବି କରିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।
ତେବେ ଜିତେନ୍ଦ୍ର ନିଜ ବୟାନରେ କହିଥିଲେ ଯେ, ଶ୍ରୀରାମ ଆମର । ଶ୍ରୀରାମ ସମସ୍ତଙ୍କର । କିନ୍ତୁ ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ, ୧୪ ବର୍ଷ ଜଙ୍ଗଲରେ ରହିବା ବେଳେ ସେ କ’ଣ ଖାଉଥିଲେ ? କିପରି ବଞ୍ଚିଥିଲେ ? ଜଙ୍ଗଲରେ ସବୁବେଳେ ଶାକାହାରୀ ଖାଦ୍ୟ ସେ କେଉଁଠୁ ପାଉଥିଲେ ? ଏହାସହ ଶ୍ରୀରାମଙ୍କୁ ନେଇ ସେ ଅନେକ କିଛି ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଫଳରେ ବିବାଦ ଆରମ୍ଭ ହୋଇଥିଲା ।
ଜିତେନ୍ଦ୍ର ଆହାଦ୍ କହିଛନ୍ତି, “ମୁଁ ପ୍ରାୟତଃ ମହାରାଷ୍ଟ୍ରକୁ ସମ୍ବୋଧିତ କରେ । ମୁଁ ଇତିହାସକୁ ବିକୃତ କରୁନାହିଁ, ଏହା ମୋର କାମ ନୁହେଁ । ମୁଁ ଯାହା କହିଥିଲି ସେସବୁ କେବଳ ଫ୍ଲୋ ଫ୍ଲୋ’ରେ କହିଥିଲି । ରାମ, ଭଗବାନ ଶ୍ରୀରାମ ଏବଂ ବିଠଲ ସମସ୍ତେ ସମାନ । ମୁଁ ଶ୍ରୀରାମଙ୍କ ବିଷୟରେ ଯାହା ବି କହିଥିଲି, ତାହା ବାଲ୍ମିକି ରାମାୟଣର ଅଯୋଧ୍ୟା କାଣ୍ଡ ଭାଗରେ ଶ୍ଲୋକ ମାଧ୍ୟମରେ ଲେଖାଯାଇଛି । କିନ୍ତୁ ତାକୁ ମୁଁ ଏଠାରେ ଆଉ ପଢ଼ିବାକୁ ଚାହୁଁନି । କାରଣ ମୋତେ ଆଉ ଅଧିକ ବିବାଦ ବଢ଼ାଇବାର ଆଗ୍ରହ ନାହିଁ । ଯଦି ଆପଣମାନେ ଏହା ଜାଣିବାକୁ ଚାହୁଁଛନ୍ତି ତେବେ ତାହା ପଢ଼ିପାରନ୍ତି ।
ଜିତେନ୍ଦ୍ର ଆହାଦ୍ ଆହୁରି କହିଛନ୍ତି, “ଆଜିକାଲି ଅଧ୍ୟୟନ ନୁହେଁ ବରଂ ଭାବନା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ମୋର ବିବୃତ୍ତି କାହାର ଭାବନାକୁ ଆଘାତ ଦେଇଛି, ମୁଁ ଦୁଃଖିତ । ମାମଲା ଦାୟର କରିବାରେ କୌଣସି ଅସୁବିଧା ନାହିଁ, ମୁଁ ସେମାନଙ୍କୁ ଭୟ କରେ ନାହିଁ ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)