• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଜେଇ ହେଉଛି ଅଯୋଧ୍ୟା । ଝଲସୁଛି ପୂରା ସହର । ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍‌ମକ୍‌ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ । ଆଉ ଖୁସିରେ ନାଚି ଉଠିବ ପୂରା ଅଯୋଧ୍ୟା ମାଟି । ତେବେ ଆସୁନ୍ତୁ ଜାଣିବା ଅଯୋଧ୍ୟାର ରାମ ମନ୍ଦିର ସଂପର୍କିତ କିଛି ଅଜଣା ତଥ୍ୟ ।

୧. ରାମ ମନ୍ଦିରକୁ ପାରମ୍ପରିକ ନଗରୀ ଶୈଳୀରେ ନିର୍ମାଣ କରାଯାଇଛି ।

୨. ମନ୍ଦିରର ପୂର୍ବ- ପଶ୍ଚିମ ଦୈର୍ଘ୍ୟ ହେଉଛି ୩୮୦ ଫୁଟ୍‌, ଓସାର ୨୫୦ ଫୁଟ୍‌ ଏବଂ ଉଚ୍ଚତା ୧୬୧ ଫୁଟ୍‌ ରହିଛି ।

୩. ୩ ମହଲା ବିଶିଷ୍ଟ ହେଉଛି ରାମ ମନ୍ଦିର । ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ୍‌ । ମନ୍ଦିରରେ ୩୯୨ଟି ସ୍ତମ୍ଭ ଓ ୪୪ଟି ଦ୍ୱାର ରହିଛି ।

୪. ମୁଖ୍ୟ ଦ୍ୱାରରେ ଶ୍ରୀରାମଙ୍କ ପିଲାଦିନର ରୂପ ରହିଛି । ଯାହାର ନାମ ଶ୍ରୀରାମ ଦରବାର ବୋଲି କୁହାଯିବ ।

୫. ମନ୍ଦିର ମଧ୍ୟରେ ୫ଟି ମଣ୍ଡପ ରହିଛି । ଯଥା:- ନିତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ଏବଂ କୀର୍ତ୍ତନ ମଣ୍ଡପ ।

୬. ମନ୍ଦିର କାନ୍ଥ ବା ଚତୁ ପାର୍ଶ୍ୱରେ ରହିଛି ଦେବାଦେବୀଙ୍କ ମୂର୍ତ୍ତି ଓ ସ୍ତମ୍ଭ ।

୭. ସମ୍ପୂର୍ଣ୍ଣ ନିଜସ୍ୱ ଟେକ୍ନୋଲଜିରେ ନିର୍ମାଣ କରାଯାଇଛି ରାମ ମନ୍ଦିର ।

୮. ପିରାମିଡ ଭଳି ପିଲାର୍ ବା ସ୍ତମ୍ଭ ଉପରେ ମନ୍ଦିର ରହିଛି । ସ୍ତମ୍ଭ ଉପରେ କଳସ ରହିଛି ।

୯. ମନ୍ଦିରରେ ପ୍ରବେଶ ପାଇଁ ପାହାଚ ସହିତ ରାମ୍ପ ଏବଂ ଭିନ୍ନକ୍ଷମଙ୍କ ପାଇଁ ଲିଫଟ ବି ରହିବ ।

୧୦. ମନ୍ଦିର ଚାରିପଟେ ରହିଛି ପାର୍କୋଟା ବା ପାଚେରି ଯାହାର ପରିସୀମା ୭୩୨ ମିଟର ଓ ଓସାର ୧୪ ମିଟର।

୧୧. ମୁଖ୍ୟ ମନ୍ଦିର ପରିସରର ୪ଟି କୋଣରେ ରହିଛି ୪ଟି ମନ୍ଦିର । ସୂର୍ଯ୍ୟ ଦେବ, ଦେବୀ ଭଗବତୀ, ଗଣେଶ ଓ ଶିବଙ୍କ ମନ୍ଦିର ରହିବ।

୧୨. ଉତ୍ତରରେ ମାଆ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ରହିଥିବା ବେଳେ ଦକ୍ଷିଣରେ ରହିବ ହନୁମାନ ମନ୍ଦିର।

୧୩. ମନ୍ଦିର ପାଖରେ ରହିଛି ପ୍ରାଚୀନ ଯୁଗର ସୀତାକୁଣ୍ଡ ।

୧୪. ମନ୍ଦିର ପରିସରରରେ ମହର୍ଷି ବାଲ୍ମିକୀ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତି, ନିଷାଦ ରାଜା, ମାତା ଶବରି, ଓ ଦେବୀ ଅହଲ୍ୟାଙ୍କ ମୂର୍ତ୍ତି ମଧ୍ୟ ରହିବ ।

୧୫. ମନ୍ଦିରର ଦକ୍ଷିଣ-ପଶ୍ଚିମ ଦିଗରେ କୁବେର ଟିଲାରେ ଥିବା ଏକ ପୂରାତନ ଶିବ ମନ୍ଦିରକୁ ନୂଆ ରୂପ ଦିଆଯାଇଛି । ଜଟାୟୁଙ୍କ ଏକ ମୂର୍ତ୍ତି ମଧ୍ୟ ଅବସ୍ଥାପିତ କରାଯାଇଛି ।

୧୬. ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି । ଆଦ୍ରତାରୁ ରକ୍ଷା ପାଇଁ ଗ୍ରାନାଇଟରେ ୨୧ ଫୁଟର ବେସ୍ ତିଆରି ହୋଇଛି ।

୧୭. ମନ୍ଦିର ପରିସରରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ପାଣି ଟ୍ରିଟମେଣ୍ଟ ପ୍ଲାଣ୍ଟ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ଗୋଟିଏ ପାୱାର ଷ୍ଟେସନ ରହିଛି ।

୧୮. ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ଭଳି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କରାଯାଛି । ଯାତ୍ରୀଙ୍କ ପାଇଁ ମେଡିକାଲ ସୁବିଧା ସହିତ ଲକର୍ ବ୍ୟବସ୍ଥା ବି ରହିଛି ।

୧୯. ମନ୍ଦିର ପରିସରରେ ସ୍ନାନ, ଶୌଚ ପାଇଁ ଅଲଗା ଏକ ବ୍ଲକ୍ ନିର୍ମାଣ କରାଯାଇଛି ।

୨୦. ୭୦ ଏକର ବିଶିଷ୍ଟ ମନ୍ଦିର ପରିସରର ୭୦ ପ୍ରତିଶତ ଅଂଶରେ ବୃକ୍ଷରୋପଣ କରାଯାଇଛି ।