Advertisment

EDକୁ ବଡ଼ ସଫଳତା ! ନଗଦ ୫ କୋଟି ସହ ୫ କିଲୋ ସୁନା, ଏକାଧିକ ବନ୍ଧୁକ ଓ ୩୦୦ ଗୁଳି ଜବତ

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ED Raid

ED Raid

ED କୁ ପୁଣି ଏକ ବଡ଼ ସଫଳତା । ୫ କୋଟି ନଗଦ ସହ ଅନେକ ବନ୍ଧୁକ ଆଉ ୫ କିଲୋ ସୁନା ଜବତ କରିଛି ED । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ହରିୟାଣାରୁ । INLD ଦଳର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କ ବାସଭବନରେ ED ପକ୍ଷରୁ ରେଡ୍‌ କରାଯାଇଥିଲା । ରେଡ୍‌ ବେଳେ ୫ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ଦେଶ ତଥା ଦେଶ ବାହାରେ ଥିବା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କାଗଜପତ୍ର ମଧ୍ୟ ପାଇଛି ED ।

Advertisment

nw18

ତେବେ କେବଳ ଘରେ ନୁହେଁ ED ପକ୍ଷରୁ ତାଙ୍କର ଘର ସମେତ ଅଫିସ ଓ ବିଭିନ୍ନ ବ୍ୟବସାୟିକ ସ୍ଥଳ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଏହି ସବୁ ସ୍ଥାନରୁ ବିପୁଳ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି ED । ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।

nw18hindi

ତଦନ୍ତକାରୀ ସଂସ୍ଥା ଦ୍ୱାରା ଜାନୁଆରୀ ୪ରେ ମୋଟ ୨୦ଟି ସ୍ଥାନରେ ରେଡ୍‌ କରାଯାଇଥିଲା । ଯାହାକି ଜାନୁଆରୀ ୫ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିଥିଲା । ତଦନ୍ତକାରୀ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, INLD ଦଳର ପୂର୍ବତନ ବିଧାୟକ ଦିଲବାଗ ସିଂ ବିଭିନ୍ନ ସ୍ଥାନରେ ବେଆଇନ ଖଣି ଖନନରେ ସମ୍ପୃକ୍ତ ଥିଲେ । ତେଣୁ ତେଙ୍କ ଘରେ ରେଡ୍‌ କରାଯାଇଥିଲା । ଆଉ ରେଡ୍‌ ବେଳେ ବିପୁଳ ପରିମାରଣର ନଗଦ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

Advertisment

ଏହି ସର୍ଚ୍ଚ ଅପରେସନ୍‌ ବେଳେ ତଦନ୍ତକାରୀ ସଂସ୍ଥା, ହରିୟାଣାର କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାୱାରଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲା । ଏହା ସହିତ ସୋନିପାଟ, ମୋହାଲି, ଫରିଦାବାଦ, ଚଣ୍ଡିଗଡ଼ ଏବଂ କର୍ଣ୍ଣଲରେ ମଧ୍ୟ ରେଡ୍‌ କରାଯାଇଛି ।

nw18

ED ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ୍ ସମୟରେ ତଦନ୍ତକାରୀ ସଂସ୍ଥାକୁ ଅନେକ ବିଦେଶୀ ଆଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି । ଏଥିରେ ପ୍ରାୟ ୩୦୦ ଅଫୁଟା ଗୁଳି ଓ ୧୦୦ ବୋତଲ ଦାମୀ ମଦ ମଧ୍ୟ ରହିଛି । ଚାରିରୁ ପାଞ୍ଚ କିଲୋଗ୍ରାମ ସୁନା ଅଳଙ୍କାର ସହିତ ଦେଶ ତଥା ବିଦେଶରେ ଥିବା ସମ୍ପତ୍ତି ରହିଛି । ଏହି ସବୁ ସମ୍ପତ୍ତିକୁ ଜବତ କରି ED ଏବେ ଆଗକୁ ତଦନ୍ତ ଜାରି ରଖିଛି । କୁହାଯାଉଛି ଏହି ସମ୍ପତ୍ତି ତାଲିକା ଆଗକୁ ଆହୁରି ବଢ଼ିପାରେ ।

nw18

ଅନୁସନ୍ଧାନକାରୀ ଏଜେନ୍ସି ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହରିୟାଣାରେ ବେଆଇନ ଖଣି ଖନନ ସମ୍ପର୍କରେ ଅନେକ ମାମଲା ସ୍ଥାନୀୟ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିଲା। ଏହି ସବୁ ମାମଲାକୁ ଭିତ୍ତି କରି ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାର ଅନୁସନ୍ଧାନ ବେଳେ ଅନୁସନ୍ଧାନକାରୀ ସଂସ୍ଥା ନକଲି ଇ-ଟ୍ରାଭେଲ ସ୍କାମ ବିଷୟରେ ମଧ୍ୟ ସୂଚନା ପାଇଥିଲା।

Raid ED Raid
Advertisment
Advertisment