• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଇଡିର ସମସ୍ତ ୩ଟି ସମନକୁ ଅବଜ୍ଞା ପରେ କେଜ୍ରିୱାଲଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ED କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛି ଆମ ଆଦମୀ ପାର୍ଟି ବା ଆପ୍ । ସେପଟେ ଆଜି ସକାଳୁ କେଜ୍ରିୱାଲଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତା ବ୍ଲକ କରିଛି ଦିଲ୍ଲୀ ପୋଲିସ ।

ଆଇନ ବିଶାରଦଙ୍କ କହିବା ଅନୁଯାୟୀ ଜଣେ ଅତି ବେଶୀରେ ୩ଟି ସମନକୁ ଏଡ଼ାଇ ପାରିବେ । ଏହା ପରେ ଇଡି ଜାମିନ ବିହୀନ ପରୱାନା ଜାରି ଲାଗି ପଦକ୍ଷେପ ନେଇଥାଏ । ଏହାସତ୍ତ୍ୱେ ବି ସେ ଯଦି ହାଜର ନହୁଅନ୍ତି ତେବେ ଇଡି ତାଙ୍କୁ ଗିରଫ କରିବା ସହ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥାଏ ।

କ୍ରେଜିୱାଲଙ୍କ ପକ୍ଷରରେ ମଧ୍ୟ ଏଭଳି ଘଟିପାରେ ବୋଲି ଆଶଙ୍କା ରହିଛି । ଏବେ ଇଡିର ସମନକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ନଚେତ ଆଗୁଆ ଜାମିନ ଆବେଦନ କରିପାରନ୍ତି । ୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କୁ ସମନ ହୋଇଛି । ଆପ ସରକାର କିଛି ମଦ ଡିଲରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ରହିଛି ।

ଦିଲ୍ଲୀ ମୁଖ୍ୟ ସଚିବଙ୍କଠାରୁ ଏ ସଂପର୍କରେ ରିପୋର୍ଟ ପାଇବା ପରେ ଉପରାଜ୍ୟପାଳ ବିକେ ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଗତବର୍ଷ ଏପ୍ରିଲରେ ସିବିଆଇ କେଜ୍ରିୱାଲଙ୍କୁ ୯ ଘଣ୍ଟା ଜେରା କରିଥିଲା । ଅନ୍ୟପକ୍ଷରେ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସଂଜୟ ସିଂହ ଗିରଫ ହୋଇ ଏବେ ଜେଲରେ ।