• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ବର୍ଷରେ ନୂଆ ଅତିଥି । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ତିନିଟି ଚିତା ବାଘ ଛୁଆ । ନାମିବ୍ୟାରୁ ଆସିଥିବା ଚିତା ବାଘୁଣୀ 'ଆଶା' ତିନିଟି ଛୁଆ ଜନ୍ମ ଦେଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେଦ୍ର ଯାଦବ । କୁନୋ ଜାତୀୟ ଉଦ୍ୟାନକୁ ୩ଟି ନୂଆ ଅତିଥି ଆସିଥିବା ସେ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି । 

ଏହା ପ୍ରୋଜେକ୍ଟ ଚିତାର ସଫଳାତା ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ପ୍ରୋଜେକ୍ଟରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏବେ ମଆ ଚିତା 'ଆଶା' ଓ ତିନିଟି ଛୁଆ ସୁସ୍ଥ ଥିବା ସୂଚନା ମିଳିଛି । ବାଘୁଣୀ ଓ ତା ଉଆ ଉପରେ ନଜର ରଖାଯାଇଛି । ତେବେ ଗତ ମାର୍ଚ୍ଚ ୨୦୨୩ରେ ଚିତା 'ଜୁୱାଲା' ୪ଟି ଛୁଆ ଜନ୍ମ ଦେଇଥିବା ବେଳେ ସେଥିରୁ ମାତ୍ର ଗୋଟିଏ ବଞ୍ଚିଥିଲା । ୧୭ ସେପ୍ଟେମ୍ବର ୨୦୨୨ରେ ୮ଟି ଚିତା ନାମିବ୍ୟାରୁ ଆଣିଥିଲେ ଭାରତ ସରକାର । ଏବେ କୁନୋ ଜାତୀୟ ଉଦ୍ୟାନରେ ୧୯ଟି ଚିତା ଅଛନ୍ତି ।