• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିହାର ଛପରା ଜିଲ୍ଲାର ଗାୟିକା ସ୍ୱାତୀ ମିଶ୍ର ଏବେ ଖୁବ୍‌ ଚର୍ଚ୍ଚାରେ । ରାମ ମନ୍ଦିରର ଉଦଘାଟନ ପୂର୍ବରୁ ତାଙ୍କ ଦ୍ୱାରା ବୋଲାଯାଇଥିବା ଭଜନ ‘ମେରୀ ଜୋପ୍‌ଡ଼ି କା ଭାଗ ଆଜ ଖୁଲ ଜାୟେଙ୍ଗେ... ରାମ ଆଏଙ୍ଗେ’ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯିଏ ବି ଶୁଣୁଛି ସିଏ ପ୍ରଶଂସା କରୁଛି। ଗୀତଟି ଅତ୍ୟନ୍ତ ମନମୁଗ୍ଧକର ହୋଇଛି । ସମସ୍ତେ ଏହାକୁ ଖୁବ୍‌ ଆନନ୍ଦର ସହ ଶୁଣୁଛନ୍ତି । ଏହି ଗୀତରେ ଅନେକ ରିଲ୍‌ସ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ସବୁଠାରୁ ବଡ଼ କଥା ହେଲା ସ୍ୱାତୀ ମିଶ୍ରଙ୍କ ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଶ୍ରୀ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱାତୀ ମିଶ୍ରଙ୍କର ଏହି ଭଜନ ଖୁବ୍‌ ସୁନ୍ଦର । ଏହା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।

 

ଛପରାରୁ ମୁମ୍ବାଇ ଯାତ୍ରା କରିଥିବା ସ୍ୱାତୀ ମିଶ୍ର, ଏହି ରାମ ଭଜନ ପୂର୍ବରୁ ଏତେ ପ୍ରସିଦ୍ଧି ପାଇନଥିଲେ । ତାଙ୍କର ଏହି ଗୋଟିଏ ଗୀତ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିଛି, ଆଉ ସମସ୍ତେ ତାଙ୍କର ଏହି ସ୍ୱରକୁ ଖୁବ୍‌ ପ୍ରଶଂସା କରିଛନ୍ତି । ସମସ୍ତେ ତାଙ୍କ କଣ୍ଠ ସ୍ୱରର ଦିବାନା ହୋଇଯାଇଛନ୍ତି । ରାମ ଭଜନ ପୂର୍ବରୁ ସ୍ୱାତୀଙ୍କ ଅନେକ ଛଟ୍‌ ଗୀତ ସୋସିଆଲ ମିଡିଆରେ ଧୁମ୍‌ ମଚାଇ ସାରିଛି । ଚାପ୍ରା ସହର ନିକଟରେ ଥିବା ମୁଫାସିଲ ପୋଲିସ ଷ୍ଟେସନ ଅଧୀନରେ ଥିବା ମାଲ ଗାଁରେ ସ୍ୱାତୀଙ୍କ ଘର । ସେ ଏଠାରୁ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି । ଛପରାରେ ହିଁ ତାଙ୍କର ସ୍କୁଲିଂ କ୍ୟାରିୟର ରହିଛି । ପରେ ବନାରସରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହା ପରେ ସେ ମୁମ୍ବାଇ ଆସିଥିଲେ, ସେଠାରେ ହିଁ ପାଠ ପଢ଼ିଥିଲେ ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ୱାତୀ କହିଛନ୍ତି ଯେ, ବର୍ତ୍ତମାନ ସେ ମୁମ୍ବାଇରେ ସଙ୍ଗୀତ ଶିକ୍ଷା ଗ୍ରହଣ କରୁଛନ୍ତି । ଯେତେବେଳେ ଭଜନ ଭାଇରାଲ ହେଲା ସେତେବେଳେ ସେ କହିଥିଲେ ଯେ ହଠାତ୍ ଲୋକଙ୍କଠାରୁ ଏତେ ଭଲପାଇବା ପାଇବି ବୋଲି ଆଶା କରିନଥିଲି । ଏହି ଭଲପାଇବା ପାଇଁ ସେ ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସଫଳତା ପାଇଁ ସେ ପରିବାର ସଦସ୍ୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।