/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704360971.jpg)
Ayodhya Ram Mandir
ଜାନୁଆରୀ ୨୨, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତ ମନରେ ବେଶ୍ ଉତ୍କଣ୍ଠା । ସେ ଯାଏ ଗୋପନୀୟ ରହିବ ରାମଲାଲାଙ୍କ ବିଗ୍ରହ । ପ୍ରାଣ ପ୍ରତିଷ୍ଠା ଦିନ ହିଁ ଦର୍ଶନ ଦେବେ ରାମଲାଲା । ଯେତେ ଯାଏ ପ୍ରଭୁ ଶ୍ରୀରାମ ନିଜ ଆସ୍ଥାନରେ ବସିନାହାନ୍ତି, ସେଯାଏଁ କୌଣସି ବି ବ୍ୟକ୍ତି ପ୍ରଭୁଙ୍କ ମୁଖ ଦର୍ଶନ କରିପାରିବ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ତିନି ଠାକୁରଙ୍କ କେଉଁ ବିଗ୍ରହଟି ଗର୍ଭଗୃହରେ ପୂଜା ପାଇବ, ତାହାର କୌଣସି ଫଟୋ କିମ୍ବା ଭିଡିଓ ସର୍ସମ୍ମୁଖକୁ ଆସିବ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଣ ପ୍ରତିଷ୍ଠା ଦିନ ହିଁ ତିନିଠାକୁରଙ୍କ ବିଗ୍ରହ ସମସ୍ତେ ଦେଖିପାରିବେ । ଚୂଡ଼ାନ୍ତ ବିଗ୍ରହଟି କିଭଳି ନିର୍ମାଣ କରାଯାଇଛି ଅର୍ଥାତ ମୂର୍ତ୍ତି ଗୁଡ଼ିକ ମାର୍ବଲ କିମ୍ବା କଳା ମୁଗୁନି ପଥରରେ ନିର୍ମିତ ହୋଇଛି କି ନାହିଁ, ତାହା ବି ଗୋପନୀୟ ରଖାଯିବ ।
ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ ! ମନ୍ଦିରର ଗର୍ଭ ଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି ! ଏଭଳି କିଛି ଖବର ଗତ କିଛି ଦିନ ଧରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିରରେ ସ୍ଥାପନ ହେବ କେଉଁ ବିଗ୍ରହ ? ମହିଶୂରର ସ୍ଥାପିତ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ମନ୍ଦିରର ଗର୍ଭ ଗୃହରେ ଲାଗିବ ବୋଲି ଖବର ପ୍ରକାଶ ପାଇଥିଲା । ସୋସିଆଲ ମିଡିଆରେ ଏହାର ଫଟୋ ବି ଭାଇରାଲ ହୋଇଥିଲା ।
ତେବେ ପରେ ଏସବୁ ଗର୍ଭଗୃହରେ ସ୍ଥାପନ ହେବା ମୂର୍ତ୍ତି ନୁହେଁ ବୋଲି ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି । ରାମଲାଲାଙ୍କ ବିଗ୍ରହକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ତିନିଟି ବିଗ୍ରହର ନିର୍ମାଣ ହୋଇଛି, ଚୂଡ଼ାନ୍ତ ନିଷ୍ପତ୍ତି ମହନ୍ତ ମାନେ ନେବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)