ଗ୍ୟାଙ୍ଗଷ୍ଟର, ଗର୍ଲଫ୍ରେଣ୍ଡ, ହତ୍ୟା ଆଉ ପ୍ରତିଶୋଧ । ୨୭ ବର୍ଷିୟ ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣା କୌଣସି ଫିଲ୍ମର କାହାଣୀଠୁ ବି କିଛି କମ୍ ନୁହେଁ । ଯାହାକି ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଗତ ମଙ୍ଗଳବାର ରାତିରେ ମଡେଲ ଦିବ୍ୟା ପାହୁଜାଙ୍କୁ ହୋଟେଲରେ ହତ୍ୟା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଧୀରେ ଧୀରେ ତଥ୍ୟ ପଦାକୁ ଆସୁଛି । ହରିୟାଣାର ଗୁରୁଗ୍ରାମରେ ଏହି ଘଟଣା ଘଟିଥିଲା । ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ସମୟରେ ବଡ଼ ଖୁଲାସା କରିଛି ।
ଏହି ଘଟଣାରେ ହୋଟେଲ ମାଲିକ ସନ୍ଦୀପ ଗାଡେଲି ଓ ହୋଟେଲର କର୍ମଚାରୀ ଓମ୍ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି । ଯାହାର ପୂରା ଘଟଣା ହୋଟେଲରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।
Also Read
ଖାଲି ଏତିକି ଯେ ତାହାନୁହେଁ ବୟଫ୍ରେଣ୍ଡ ସନ୍ଦୀପ ଗାଡେଲି ତାଙ୍କର ଦୁଇ ସହଯୋଗୀଙ୍କୁ ଏହି କାମ ପାଇଁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ପରେ ପରେ ଦୁଇ ସହଯୋଗୀ ସନ୍ଦୀପଙ୍କ ନୀଳ ରଙ୍ଗର ଏକ BMW କାର ନମ୍ବର DD03K240ରେ ସେଠାରୁ ଚାଲିଯାଇଥିଲେ । ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି ।
ପୋଲିସ ଅଭିଯୁକ୍ତ ହୋଟେଲ ମାଲିକକୁ ଜେରା କରିଛି । ପଚରା ଉଚରା ସମୟରେ ସେ ସବୁ ସତ ଓଗାଳିଛି । ସନ୍ଦୀପ କହିଛି ସେ ହୋଟେଲ ସିଟି ପଏଣ୍ଟର ମାଲିକ । ସେହି ହୋଟେଲକୁ ଲିଜ୍ ଦିଆଯାଇଛି । ହୋଟେଲରେ ମଡେଲ ଦିବ୍ୟା ପାହୁଜାକୁ ଗୁଳିକରି ହତ୍ୟା କରାଯାଇଛି । ପୋଲିସକୁ ଦେଇଥିବା ବୟାନରେ ସନ୍ଦୀପ ଗାଡେଲି ଆହୁରି କହିଛି ଯେ, ଦିବ୍ୟା ଓ ତାଙ୍କର କିଛି ଅଶ୍ଳୀଳ ଫଟୋ ଭିଡିଓ ରହିଥିଲା । ଯାହାକୁ ନେଇ ମଡେଲ୍ ଦିବ୍ୟା ତାଙ୍କୁ ବାରମ୍ବାର ବ୍ଲାକ୍ମେଲିଂ କରିଆସୁଥିଲେ । ଅନେକ ଥର ଟଙ୍କା ମଧ୍ୟ ନେଇଛନ୍ତି ।
Former model Divya Pahuja found dead in Gurugram hotel, allegedly kiIIed by the hotel owner Abhijeet Singh, Prakash & Indraj
— زماں (@Delhiite_) January 3, 2024
- All Three Arrested
CCTV captures disturbing scenes as suspects drag her body & dump it in BMW car before fleeing.
Divya was gf of slain gangster… pic.twitter.com/hzfpZHka5S
ଗତ କିଛି ଦିନ ହେବ ପୁଣି ଦିବ୍ୟା ତାକୁ ଟଙ୍କା ମାଗିଥିଲେ । ବହୁତ ଅଧିକ ଟଙ୍କା ସେ ଦାବି କରିଥିବାରୁ ଦେଇପାରିନଥିଲା ସନ୍ଦୀପ ଗାଡେଲି । ତେଣୁ ଜାନୁଆରୀ ୨ ତାରିଖରେ ସେ ଦିବ୍ୟାକୁ ହୋଟେଲକୁ ଡାକିଥିଲେ । ଆଉ ସେଠାରେ ଅଶ୍ଳୀଳ ଫଟୋ ଓ ଭିଡିଓ ଗୁଡ଼ିକୁ ଡିଲିଟ୍ କରିବାକୁ କହିଥିଲେ । ପରେ ପରେ ସନ୍ଦୀପ ତାଙ୍କ ମୋବାଇଲ୍ ଆଣି ପାସ୍ୱାର୍ଡ ମାଗିଥିଲା । ହେଲେ ଦିବ୍ୟା ଦେଇନଥିଲେ । ଫଳରେ ରାଗିଯାଇ ଦିବ୍ୟାଙ୍କୁ ସେଠାରେ ଗୁଳି କରି ହିତ୍ୟା କରିଥିବା ସ୍ୱୀକାର କରିଛି ସନ୍ଦୀପ ।
ତେବେ ଘଟଣାକୁ ନେଇ ପୋଲିସ ଆହୁରି ତଦନ୍ତ ଜାରି ରଖିଛି । ମୃତଦେହକୁ ଗାଏବ କରିବାରେ ବ୍ୟବହୃତ ହୋଇଥିବା ବିଏମଡବ୍ଲୁ କାର୍କୁ ଖୋଜୁଛି ପୋଲିସ ।