ଆପଣ ଜାଣନ୍ତି କି କ’ଣ ଏହି ସିବିଲ୍ ସ୍କୋର .. କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କେମିତି ବଢ଼ାଇବେ ସିବିଲ୍ ସ୍କୋର୍...।
କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଭତ୍ତା ପାଇଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ପେନସନ ଟଙ୍କା ଉଠାଇବାକୁ ଆସି ଫେରିବା ବେଳେ ବାଟରେ ମୃତ୍ୟୁ ହୋଇଥିବା କହିଛନ୍ତି ମୃତକଙ୍କ ଭାଇ ।
କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାମ ରହିଛି କି? ତେବେ ତୁରନ୍ତ ସେଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ମେ ମାସରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ ଓ ଆପଣମାନେ ହୋଇପାରନ୍ତି ହଇରାଣ ।
୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍କ୍ଲେମ୍ଡ ବା ଅଣଦାବିଦାର ହୋଇଯିବ ।
ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l
ଏହାକୁ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ PMSBY ନାମରେ ନାମିତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ ୨୦୧୫ରେ ଆରମ୍ଭ ହୋଇଥିଲା ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ୍ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବାବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।
ଭତ୍ତା ପାଇଲେ ଝରିଗାଁର ବୃଦ୍ଧା ସୂର୍ଯ୍ୟ ହରିଜନ...ଓଟିଭିରେ ଖବର ପ୍ରସାରଣ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦବେଗ ପରେ ଘରେ ପହଞ୍ଚିଲା ବ୍ୟାଙ୍କ, ହେଲେ ଫିଙ୍ଗର ପ୍ରିଣ୍ଟ୍ ମିଶୁ ନଥିବାରୁ ଦହଗଞ୍ଜ ଆହୁରି ଅନେକ ସୂର୍ଯ୍ୟଙ୍କ ସମସ୍ୟାର କେମିତି ହେବ ଅନ୍ତ? ଉଠିଲା ପ୍ରଶ୍ନ
ବର୍ତ୍ତମାନ ବିନା ପିନ୍ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି ।
ବାରମ୍ବାର ବ୍ୟାଙ୍କ ଅଫିସରଙ୍କୁ କହିଲେ ଚେକ୍ କରିବା ପାଇଁ । ଶେଷରେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ ମଧ୍ୟ ବାହାର କଲେ । ଆଉ ସେଥିରେ ମଧ୍ୟ ତାହା ସ୍ପଷ୍ଟ ଭାବେ ଲେଖା ଥିଲା ଯେ, ଆକାଉଣ୍ଟରେ ଜମା ଅଛି ୨.୭ କୋଟି ଟଙ୍କା ।
ଅବହେଳାର ଆଉ ଏକ ବିକଳ ଚିତ୍ର । ବ୍ୟାଙ୍କରେ KYC ଦାଖଲ କରିନଥିବାରୁ ମିଳିଲାନି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା । ୯୨ ବର୍ଷୀୟ ବାପା ରାମଚନ୍ତ୍ର ଜେନାଙ୍କୁ ଟ୍ରଲିରେ ବୋହି ନେଲେ ଝିଅ ଓ ଜ୍ୱାଇଁ । ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଂୟାୟତ ଅଂଚଳର ଏ ଦୃଶ୍ୟ ।
ଅନେକେ ସମୟରେ ଲୋକମାନେ ସେମାନଙ୍କ ଉପାର୍ଜିତ ଅର୍ଥକୁ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା, ଯେପରିକି ବ୍ୟାଙ୍କ, ବୀମା, ପ୍ରୋଭିଡେଣ୍ଟ ଫଣ୍ଡ୍, ମ୍ୟୁଚୁଆଲ୍ ଓ ସେୟାର ବଜାର ଆଦିରେ ସଂଚୟ ବା ନିବେଶ ତ କରିଥାନ୍ତି ହେଲେ ସେମାନଙ୍କ ବ୍ୟତୀତ ଏହାର କେହି ଦାବିଦାର ନଥାନ୍ତି। ଅଥବା କୌଣସି କାରଣ ବଶତଃ ଏହା ପରିବାର ଲୋକଙ୍କ ଅଜ୍ଞାତରେ ରହିଯାଇଥିଲେ ଓ ଜମାକାରୀଙ୍କ ଅକାଳ ବିୟୋଗ ଘଟିଲେ ଏହାକୁ ନେବାକୁ କେହି ଦାବି କରିନଥାନ୍ତି।