/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704433698.jpg)
Enforcement Directorate
ED ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଟିଏମସି ନେତାଙ୍କ ଘରେ ରେଡ୍ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଛନ୍ତି ଲୋକେ । ଉତ୍ତର ୨୪ ପ୍ରଗଣାରେ ED ଟିମ୍ ଉପରେ ଆକ୍ରମଣ ହୋଇଥିବାବେଳେ ୨୦୦ରୁ ଅଧିକ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।
ପଶ୍ଚିମବଙ୍ଗର ସାଣ୍ଡେଶଖାଲିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଗୋଟିଏ ଟିମ୍ ଉପରେ ଏହି ଆକ୍ରମଣ ହୋଇଛି । ରେସନ ବଣ୍ଟନ ଦୁର୍ନୀତି ଅଭିଯୋଗରେ ଇଡି ଚଢ଼ାଉ କରିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ଟିଏମ୍ସି ନେତା ଶାହ ଜାହାନ ଶେଖଙ୍କ ବାସଭବନ ନିକଟରେ ଇଡି ଟିମ୍ ପହଞ୍ଚିବା ପରେ ଆକ୍ରମଣ କରିଛନ୍ତି ଲୋକ ।
ସୂଚନା ଅନୁସାରେ ୨୦୦ରୁ ଅଧିକ ସ୍ଥାନୀୟ ଲୋକ ଇଡି ଟିମ୍କୁ ଘେରିଯାଇଥିଲେ । ପରେ ଇଡିର କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ତେବେ ଏହି ଘଟଣାରେ କୌଣସି କର୍ମଚାରୀଙ୍କୁ ଆଘାତ ଲାଗିଥିବା ସୂଚନା ମିଳିନାହିଁ ।
ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ତେଣୁ ସ୍ୱାଭାବିକ ଭାବେ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ଆକ୍ରମଣ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସନ ବଣ୍ଟନ ଘୋଟାଲା ଘଟଣାରେ ମାସମାସ ଧରି ଇଡି ଚଢ଼ାଉ କରିଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)