• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ଦ୍ଧିତ ପେନ୍‌ସନ୍‌ ଆବେଦନ ପାଇଁ EPFO ବଢ଼ାଇଲା ସମୟସୀମା । କର୍ମଚାରୀଙ୍କ ଆବେଦନକୁ ଦୃଷ୍ଟିରେ ରଖି EPFO ଆବେଦନର ସମୟ ସୀମା ଆହୁରି ୫ ମାସ ବୃଦ୍ଧି କରିଛି । ମେ’ ୩୧ ତାରିଖ ୨୦୨୪ ଯାଏଁ ଇପିଏଫଓ ବା (କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ଏହାର ଡାଟାବେସରେ ବର୍ଦ୍ଧିତ ପେନ୍‌ସନ୍‌ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ବେତନ ବିବରଣୀ ଅପଲୋଡ୍ କରିବାକୁ ସୂଚନା ଦେଇଛି ।

ଏହା ପୂର୍ବରୁ EPFO ତା’ର ସମସ୍ତ ଗ୍ରାହକଙ୍କୁ ଏନେଇ ସୂଚନା ଦେଇଥିଲା । ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରାହକମାନଙ୍କୁ ଆବେଦନ ପାଇଁ ସୂଚନା ଦେଇଥିଲା । ଏଥି ସହିତ ଅନଲାଇନ୍ ଜରିଆରେ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥିଲା । ପୂର୍ବରୁ ଡିସେମ୍ବର ୩୧ ତାରିଖ ୨୦୨୩ ତଥ୍ୟ ଅପ୍‌ଲୋଡ୍‌ କରିବାର ଶେଷ ତାରିଖ ଦେଇଥିଲା EPFO ।

ନଭେମ୍ବର ୪, ୨୦୨୨ରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଯୋଗ୍ୟ ପେନସନଭୋଗୀ / ଇପିଏଫଓ ସଦସ୍ୟମାନଙ୍କୁ ବର୍ଦ୍ଧିତ ପେନ୍‌ସନ୍‌ ବିକଳ୍ପ ପ୍ରଦାନ କରାଯାଇଥିଲା । ଅନଲାଇନ୍ ଆବେଦନ ସୁବିଧା ଫେବ୍ରୁଆରୀ ୨୬, ୨୦୨୩ ରୁ ଆରମ୍ଭ ହୋଇଥିଲା । ଏହାର ପ୍ରାରମ୍ଭିକ ସମୟ ସୀମା ୩ ମେ’ ୨୦୨୩ ଥିଲା । କର୍ମଚାରୀଙ୍କ ପ୍ରତିନିଧିତ୍ୱ, ଆବେଦନପତ୍ର ଦାଖଲ ପାଇଁ ଯୋଗ୍ୟ ପେନସନଭୋଗୀ / ସଦସ୍ୟମାନଙ୍କୁ ୪ ମାସର ସମୟ ପ୍ରଦାନ କରିବାକୁ ଜୁନ୍ ୨୬, ୨୦୨୩ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଥିଲା ।

ଏମ୍ପ୍ଲୟର୍ସ ଏବଂ ଏମ୍ପ୍ଲୟର୍ସ ଆସୋସିଏସନ୍ ତରଫରୁ ଦିଆଯାଇଥିବା ତଥ୍ୟକୁ ଦୃଷ୍ଟିରେ ରଖି ଆବେଦନକାରୀ ପେନ୍‌ସନ୍‌ଭୋଗୀ / ସଦସ୍ୟଙ୍କ ବେତନ ବିବରଣୀ ଅପଲୋଡ୍ କରିବା ପାଇଁ ସମୟ ଅବଧି ବଢ଼ାଇବାକୁ ଅନୁରୋଧ କରାଯାଇଥିଲା । ତେଣୁ ଡିସେମ୍ବର ୩୧ ତାରିଖ ୨୦୨୩ ଯାଲଁ ଏହାକୁ ବୃଦ୍ଧି କରିଥିଲା EPFO । ହେଲେ ଆବେଦନକାରୀଙ୍କ ଆବେଦନକୁ ନଜରରେ ରଖି ପୁଣି ଥରେ EPFO ଏହାକୁ ୫ ମାସ ପାଇଁ ବୃଦ୍ଧି କରିଛି ।