• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Budget
Union Budget: ଆସନ୍ତାକାଲି କେନ୍ଦ୍ର ବଜେଟ୍‌; ନିର୍ମଳାଙ୍କ ବହିଖାତା ଉପରେ ସାରା ଦେଶର ନଜର

ବଜେଟରେ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ଆୟକର ଛାଡ ନେଇ ଗୁଡ୍‌ନ୍ୟୁଜ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରୁ ଏମିତି କିଛି ସଙ୍କେତ ମିଳିଛି।

President
President Speech In Parliament: ସଂସଦରେ ବିକଶିତ ଭାରତର ନକ୍ସା ରଖିଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣରେ ମହିଳା ଶକ୍ତିର ବିକାଶ ଓ ବିକଶିତ ମହିଳାଙ୍କ ସଳଫତା ପ୍ରସଙ୍ଗରେ ମୋଦି ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରହିଛି।

Mahakumbh 2025
Mahakumbh 2025: ବସନ୍ତ ପଞ୍ଚମୀରେ ଶେଷ ଅମୃତ ସ୍ନାନ, ଏମିତି ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ସରକାର

ଆସନ୍ତା ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ରହିଛି ଶେଷ ଅମୃତ ସ୍ନାନ । ଏଥିପାଇଁ କୁମ୍ଭ ନଗରୀକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।

Droupadi Murmu
ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ ସୋନିଆ ଗାନ୍ଧି

ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ ସୋନିଆ ଗାନ୍ଧି। ରାଷ୍ଟ୍ରପତିଙ୍କୁ ପୁଅର ଲେଡି, ଅଭିଭାଷଣ ରଖିବା ବେଳେ ସେ ଥକି ପଡ଼ିଥିବା ଏବଂ ଆଦୌ କହିପାରୁ ନଥିବା ଭଳି ମନ୍ତବ୍ୟ ପରେ ସୋନିଆଙ୍କୁ ଘେରିଛି ବିଜେପି। ସେପଟେ ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ବିବୃତ୍ତି ଜାରି ହୋଇଛି।

latest scenes at Prayagraj  Maha Kumbh Mela 2025
Maha Kumbh Mela 2025: ତ୍ରିବେଣୀ ସଙ୍ଗମରେ କିଛି ବିଚିତ୍ର ଦୃଶ୍ୟ

କୋଟି କୋଟି ଭକ୍ତ, କିଲୋମିଟର କିଲୋମିଟର ମେଳା, ସାଧୁସନ୍ଥରେ ଭର୍ତ୍ତି ଅଂଚଳ। ଦେଖନ୍ତୁ ଆଜି ତ୍ରିବେଣୀ ସଙ୍ଗମର କିଛି ରୋଚକ ଦୃଶ୍ୟ।

Indian Astronaut Shubhanshu Shukla
Indian Astronaut Shubhanshu Shukla: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗକରିବେ ଭାରତୀୟ ମହାକାଶଚାରୀ

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ । ନାସାରେ(NASA) ରାଜ୍ କରିବେ ଭାରତୀୟ । ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯିବାପାଇଁ ଦ୍ଵିତୀୟ ସୁଯୋଗ ପାଇଛନ୍ତି ଭାରତର ସୁନାପୁଅ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ।

MPs At The Parliament House During the Budget Session
Budget Session: ସଂସଦର ବଜେଟ୍ ଅଧିବେଶନ ପାଇଁ ସକାଳେ ଏମିତି ପହଞ୍ଚିଥିଲେ ବିଭିନ୍ନ ଦଳର ସାଂସଦ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଏହି ଗୁରୁତ୍ୱପୂର୍ଣ୍ଣ ସେସନ ପାଇଁ ପ୍ରସ୍ତୁତ ସବୁ ଦଳର ସାଂସଦ। ସକାଳୁ ସକାଳୁ ଏମିତି ଥିଲା ସଂସଦ ବାହାରର ଦୃଶ୍ୟ। ଜଣ ଜଣ କରି ପହଞ୍ଚିଥିଲେ ସବୁ ଦଳର ନେତା।

Budget 2025
Budget 2025: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ସାଇବର କ୍ରାଇମ୍ ସାମାଜିକ ସୁରକ୍ଷାରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି। ୧୦ ବର୍ଷ ତଳେ ଭିତ୍ତିଭୂମି ୨ ଲକ୍ଷ କୋଟି ଥିଲା, ଏବେ ୧୧ ଲକ୍ଷ କୋଟିରେ ପହଞ୍ଚିଛି। ସ୍ପେଶ୍ ଡକିଂରେ ଆମକୁ ସଫଳତା ମିଳିଛି । ପିଏମ୍ ଗତି ଶକ୍ତି ଦ୍ବାରା ଦେଶରେ କନେକ୍ଟିଭିଟି ବଢ଼ିଛି।

୫୦ ବର୍ଷ ପୂରଣ କଲା ‘ସୋଲେ’
Sholay Completes 50 Years: କେଉଁଠି ଅଛନ୍ତି ଠାକୁର ସାହେବ ଆଉ ଗବ୍ବର ସିଂ ? କ’ଣ କରୁଛନ୍ତି ବୀରୁ, ଜୟ ଆଉ ବସନ୍ତୀ ?

୫୦ ବର୍ଷ ବିତିଗଲାଣି । ତଥାପି ବଲିଉଡରେ ‘ସୋଲେ’ ଫିଲ୍ମର ଚମକ କମିନି । ସମୟର ଚୋରାବାଲିରେ ହଜିଯାଇନି ଏହି ଚଳଚ୍ଚିତ୍ର ଅସ୍ତିତ୍ୱ । ପୀଢି ପରେ ପୀଢି ଯିଏ ଦେଖୁଛି ହଜି ଯାଉଛି, ମଜ୍ଜି ଯାଉଛି । ମନ କହୁଛି ପୁଣି ଥରେ ଦେଖିବାକୁ । ଫିଲ୍ମଟିକୁ ଯେତେବେଳେ ଦେଖିଲେ ଲାଗୁଛି ଯେମିତି ଏବେ ଏବେ ତିଆରି ହୋଇଛି । ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶତ ଫିଲ୍ମ ‘ସୋଲେ’ ଇତି ମଧ୍ୟରେ ୫୦ ବର୍ଷରେ ପାଦ ଦେଇଛି । ହେଲେ ଫିଲ୍ମର ଚରିତ୍ର ଜୟ, ବୀରୁ, ବସନ୍ତୀ, ଗବ୍ବରଙ୍କ ବୟସ ଦର୍ଶକଙ୍କ ମନରେ ସେମିତି ଚୀର ସବୁଜ ହୋଇ ରହି ଯାଇଛି ।

କାଲିଠୁ ବଜେଟ୍‌ ଅଧିବେଶନ
Budget Session: କାଲିଠୁ ବଜେଟ୍‌ ଅଧିବେଶନ ଆରମ୍ଭ, ୧ରେ ଆଗତ ହେବ ବଜେଟ୍‌

ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

marriage
Professor Marry Student in Classroom : କ୍ଲାସରୁମରେ ବରଣମାଳା ପକାଇ ଛାତ୍ରଙ୍କୁ ବିବାହ କଲେ ପ୍ରଫେସର, ଭିଡିଓ ଭାଇରାଲ୍

ଗୁରୁ ଶିଷ୍ୟର ସମ୍ବନ୍ଧକୁ ଭାରତରେ ସର୍ବଦା ପବିତ୍ର ବୋଲି କୁହାଯାଏ। ଏହି ସମ୍ପର୍କକୁ ସର୍ବଦା ସମ୍ମାନର ସହିତ ଦେଖା ଯାଇଥାଏ। ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ପଶ୍ଚିମବଙ୍ଗର ଏକ କଲେଜର ପ୍ରଫେସର ଓ ଛାତ୍ର ଯୋଡି। କ୍ଲାସରୁମ ମଧ୍ୟରେ ପ୍ରଫେସର ଜଣଙ୍କ ନିଜର ଛାତ୍ରଙ୍କୁ ବିବାହ କରିଛନ୍ତି।

GBS Death In Kolkata
New Disease GBS: ବ୍ୟାପିଲା GBS ରୋଗ, ପୁଣେ ପରେ କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ । ସେ ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଦିନ ହୁଗଲିର ଦକ୍ଷିଣକାଳୀ ଅଞ୍ଚଳରେ ଜଣେ ରୋଗୀ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ଲକ୍ଷଣ ଦେଖି ସେ ତାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ ।

Mahakumbh
Maha Kumbh Mela 2025: କୁମ୍ଭମେଳାରେ ଦଳାଚକଟା ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମହାକୁମ୍ଭରେ ଦଳାକଟକଣା ପରେ  VVIPଙ୍କ ପାସ୍‌ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ଯୋଗୀ ସରକାର। ୨ଟି ରୁଟ୍‌ ବଦଳରେ ଗୋଟିଏ ରୁଟ୍‌ରେ ଶ୍ରଦ୍ଧାଳୁ ଯିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

BJP
Delhi Assembly Election: ଯମୁନା ପାଣିକୁ ନେଇ ରାଜନୀତି; ଆପ୍‌ ମୁଖ୍ୟଙ୍କ ଉପରେ ବର୍ଷିଲେ ମୋଦି

ପଟପଡଗଞ୍ଜ ଆସନରୁ ବିଜେପିରୁ ପ୍ରାର୍ଥୀ ରବୀନ୍ଦ୍ର ସିଂ ନେଗି ଆଜି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହା ପରେ ମୋଦି ବିଜେପି ପ୍ରାର୍ଥୀଙ୍କୁ ପାଦ ଛୁଇଁ ତିନି ଥର ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।

Budget
ଏଥର ବି MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ?

ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍‌ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍‌ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ ?

Indian State Never Under British Rule
Indian State Never Under British Rule: ଭାରତର ଏହି ରାଜ୍ୟକୁ ଶାସନ କରିପାରିନଥିଲା ବ୍ରିଟିଶ ସରକାର

ଇଂରେଜ ସରକାର ଭାରତରେ ୨୦୦ବର୍ଷ ଧରି ରାଜତ୍ୱ କରିଥିଲେ । ସେଥିପାଇଁ ସେମାନଙ୍କ ସଂସ୍କୃତିର ଛାପ ଭାରତୀୟ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳିଥାଏ । କିନ୍ତୁ, ଭାରତରେ ଏମିତି ଏକ ରାଜ୍ୟ ଥିଲା ଯାହାକୁ ଇଂରେଜମାନେ ନିଜ ଅଧୀନକୁ ନେଇ ପାରିନଥିଲେ ।

କ୍ଷମତା ଦଖଲ ପାଇଁ ଘୋଷଣା ହେଉଛି ମାଗଣା ଯୋଜନା ।
Government Free Scheme: ରାଜ୍ୟମାନଙ୍କୁ ଋଣରେ ବୁଡ଼ାଇବ ମାଗଣା ଯୋଜନା, SBI ସର୍ଭେରୁ ଆସିଲା ସଂଘାତିକ ତଥ୍ୟ...

ବାସ୍ତବରେ ଦେଖିବାକୁ ଗଲେ ମହିଳାଙ୍କୁ ଟଙ୍କା ବାଣ୍ଟିବା ଯୋଜନା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ (SBI) ସର୍ଭେ ରିପୋର୍ଟରୁ ଜଣାପଡିଛି ।

mahakumbh
Reason of Stampade at Mahakumbh: ମହାକୁମ୍ଭରେ ଦଳାଚକଟା, ଜାଣନ୍ତୁ ୫ ମୁଖ୍ୟ କାରଣ

ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଇଛି। ତେବେ କାହିଁକି ଏଭଳି ଦଳାଚକଟା ହେଲା ଏହାର ୫ଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ...

Woman Dies Of Heart Attack As Doctor Watches Reels
Woman Dies As Doctor Watches Reels: ବେଡ୍‌ରେ ପଡ଼ିଥିଲେ ରୋଗୀ; ରିଲ୍ସ ଦେଖୁଥିଲେ ଡାକ୍ତର, ତା’ପରେ...

ଏମିତି ଘଟଣା କେବେ ଶୁଣିନଥିବେ। ରିଲ୍ସ ଦେଖିବା ହେଲା କାଳ। ଚାଲିଗଲା ମହିଳାଙ୍କର ଜୀବନ। ବେଡ୍‌ରେ ପଡ଼ିଥିଲେ ରୋଗୀ, ରିଲ୍ସ ଦେଖୁଥିଲେ ଡ଼ାକ୍ତର । ଯାହାଫଳରେ ଚିକିତ୍ସା ନ ମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ । 

ISRO
ISRO Launch: ସେଞ୍ଚୁରୀ ମାରିଲା ଶ୍ରୀହରିକୋଟା, ଏନଭିଏସ-୦୨ର ସଫଳ ଉତକ୍ଷେପଣ

ବୁଧବାର ଇସ୍ରୋ ପକ୍ଷରୁ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଏହା ସହିତ ଭାରତୀୟ ସ୍ପେଶ ମିଶନରେ ଆଉ ଏକ ସଫଳ ଉପଲବ୍ଧି ଯୋଡିବାରେ ସମର୍ଥ ହୋଇଛି ଇସ୍ରୋ।

Stampade
Maha Kumbh Mela 2025: କୁମ୍ଭମେଳାରେ ଅଘଟଣ, ଦଳାଚକଟାରେ ଏକାଧିକ ମୃତ୍ୟୁ ଆଶଙ୍କା

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳା ୨୦୨୫ରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା।

Union Budget 2025
ବଜେଟରେ କାହା ଉପରେ ରହିବ ଫୋକସ ?

ବଜେଟରେ କାହା ଉପରେ ରହିବ ଫୋକସ ? ବେକାରୀ ସମସ୍ୟା ଦୂର କରିବାକୁ ବଢ଼ିବ କି ନିଯୁକ୍ତି ସୁଯୋଗ ?

train
Train Vandalised: କୁମ୍ଭ ମେଳା ପାଇଁ ଅସମ୍ଭାଳ ଭିଡ, ଟ୍ରେନ ଉପରକୁ ଟେକା ମାଡ଼ କଲେ ଯାତ୍ରୀ

୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଥିବା ବେଳେ ଏଥିପାଇଁ ଚାଲୁଥିବା ଟ୍ରେନ ସଂଖ୍ୟା ଯଥେଷ୍ଟ ହେଉନାହିଁ। ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି।

ବଦଳିପାରେ ଆୟକର ନିୟମ
Budget 2025 : ଦରଦାମ୍‌ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର

ସଂସଦର ଆଗତ ହେବାକୁ ଥିବା ବଜେଟ୍‌ରେ ସରକାର ଏକ ନୂତନ ଆୟକର ବିଲ୍ ଆଗତ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା କରିବାର ସରକାରଙ୍କର ମୂଳ ଲକ୍ଷ୍ୟ ହେଉଛି ବର୍ତ୍ତମାନର ପ୍ରଚଳିତ ଆୟକର ଆଇନକୁ ସରଳ କରିବା। ବର୍ତ୍ତମାନର ଆୟକର ଆଇନ ଟିକେ ଜଟିଳ ଏବଂ ଏହାର ପୃଷ୍ଠା ଏତେ ଅଧିକ ଯେ ଏହାକୁ ପଢ଼ିବା ଏବଂ ବୁଝିବା ସମୟରେ ସାଧାରଣ ଲୋକେ ଚିନ୍ତାରେ ପଡ଼ନ୍ତି। ଜୁଲାଇ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ଛଅ ମାସ ମଧ୍ୟରେ ଏକ ବ୍ୟାପକ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଘୋଷଣା କରିଥିଲେ।

କିଏ କରିଛନ୍ତି ସର୍ବାଧିକ ବଜେଟ ଉପସ୍ଥାପନ
Union Budget 2025-26 : ଆପଣ ଜାଣନ୍ତି କି...ସବୁଠୁ ଅଧିକ ଥର ବଜେଟ ଉପସ୍ଥାପନ କିଏ କରିଛନ୍ତି ?

ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭେଟେରାନ ଭାରତୀୟ ରାଜନେତା ପ୍ରଣବ ମୁଖାର୍ଜୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବରେ ୮ ଥର ବଜେଟ ଉପସ୍ଥାପନ କରିଛନ୍ତି । ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ । ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା ।