୫୦ ବର୍ଷ ବିତିଗଲାଣି । ତଥାପି ବଲିଉଡରେ ‘ସୋଲେ’ ଫିଲ୍ମର ଚମକ କମିନି । ସମୟର ଚୋରାବାଲିରେ ହଜିଯାଇନି ଏହି ଚଳଚ୍ଚିତ୍ର ଅସ୍ତିତ୍ୱ । ପୀଢି ପରେ ପୀଢି ଯିଏ ଦେଖୁଛି ହଜି ଯାଉଛି, ମଜ୍ଜି ଯାଉଛି । ମନ କହୁଛି ପୁଣି ଥରେ ଦେଖିବାକୁ । ଫିଲ୍ମଟିକୁ ଯେତେବେଳେ ଦେଖିଲେ ଲାଗୁଛି ଯେମିତି ଏବେ ଏବେ ତିଆରି ହୋଇଛି । ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶତ ଫିଲ୍ମ ‘ସୋଲେ’ ଇତି ମଧ୍ୟରେ ୫୦ ବର୍ଷରେ ପାଦ ଦେଇଛି । ହେଲେ ଫିଲ୍ମର ଚରିତ୍ର ଜୟ, ବୀରୁ, ବସନ୍ତୀ, ଗବ୍ବରଙ୍କ ବୟସ ଦର୍ଶକଙ୍କ ମନରେ ସେମିତି ଚୀର ସବୁଜ ହୋଇ ରହି ଯାଇଛି ।
କମଲ ହାସନ ଫିଲ୍ମ 'ଶୋଲେ'କୁ ନେଇ ଏକ ବିବାଦୀୟ ମତ ଦେଇଛନ୍ତି। କମଲ ହାସନ ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ଏହାକୁ ଘୃଣା କରିଥିବା କହିଛନ୍ତି। ସେ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ।
ଜିତେନ୍ଦ୍ର ତାଙ୍କର ଅଭିନୟ ତଥା ତିନି ଦଶନ୍ଧିର କ୍ୟାରିୟରରେ ଡ୍ୟାନ୍ସ ପାଇଁ ବେଶ ପରିଚୟ ପାଇଥିଲେ। ତାଙ୍କର ପୂରା ନିଆରା ଡ୍ୟାନ୍ସ ଷ୍ଟାଇଲ୍କୁ ଆଜି ବି ଲୋକମାନେ ଭୁଲି ନାହାଁନ୍ତି। ଜିତେନ୍ଦ୍ର ତାଙ୍କ କ୍ୟାରିୟରରେ ଏମିତି ଏକ ଚଳଚ୍ଚିତ୍ରରେ କାମ କରିଥିଲେ ଯାହାର ଟିକେଟ୍ ବ୍ଲକ୍ବଷ୍ଟର ଫିଲ୍ମ ‘ଶୋଲେ’ଠାରୁ ବି ଅଧିକ ବିକ୍ରି ହୋଇଥିଲା। କ’ଣ ସେହି ଫିଲ୍ମ?