Advertisment

Delhi Assembly Election: ଯମୁନା ପାଣିକୁ ନେଇ ରାଜନୀତି; ଆପ୍‌ ମୁଖ୍ୟଙ୍କ ଉପରେ ବର୍ଷିଲେ ମୋଦି

ପଟପଡଗଞ୍ଜ ଆସନରୁ ବିଜେପିରୁ ପ୍ରାର୍ଥୀ ରବୀନ୍ଦ୍ର ସିଂ ନେଗି ଆଜି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହା ପରେ ମୋଦି ବିଜେପି ପ୍ରାର୍ଥୀଙ୍କୁ ପାଦ ଛୁଇଁ ତିନି ଥର ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
BJP

BJP

ଦିଲ୍ଲୀର ଜୀବନରେଖା କୁହାଯାଉଥିବା ଯମୁନା ନଦୀର ପାଣିକୁ ନେଇ ତେଜିଲା ରାଜନୀତି। ନିର୍ବାଚନରେ ପୁଣି ମୁଖ୍ୟ ପ୍ରସଙ୍ଗ ହୋଇଛି ଯମୁନା ନଦୀର ପାଣି। ଆଜି ଦିଲ୍ଲୀର କର୍ତ୍ତାର ନଗରରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ଆପ୍ ସରକାର ଉପରେ ଖୁବ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ମୋଦି କହିଛନ୍ତି, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଆପ୍‌ର ଜଣେ ନେତା ଅଭିଯୋଗ କରିଥିଲେ ଯେ, ହରିୟାଣାର ବିଜେପି ସରକାର ଦିଲ୍ଲୀକୁ ଆସୁଥିବା ଯମୁନା ନଦୀର ପାଣିରେ ବିଷ ମିଶାଉଛନ୍ତି। ଏଭିଳି ଆରୋପ ଉପରେ ମୋଦି ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆପ୍ ସରକାରକୁ ଟାର୍ଗେଟ୍ କରିଛନ୍ତି। ମୋଦି କହିଛନ୍ତି, ଦିଲ୍ଲୀରେ ରହୁଥିବା ପ୍ରତିଟି ସାଧାରଣ ଲୋକେ, ସମସ୍ତ ନ୍ୟାୟମୂର୍ତ୍ତି ଏପରିକି ସେ ନିଜେ ମଧ୍ୟ ଯମୁନା ନଦୀର ପାଣି ପିଇ ଆସୁଛନ୍ତି। ନିର୍ବାଚନ ହାରିଯିବା ଭୟରେ ଆପ୍ ଏଭଳି ଗମ୍ଭୀର ଷଡ଼ଯନ୍ତ୍ର ଲଗାଇପାରୁଛି। ଯାହା ପାଇଁ ଦିଲ୍ଲୀ ତଥା ଦେଶବାସୀ କେବେବି ଆପକୁ କ୍ଷମା ଦେବେ ନାହିଁ ବୋଲି ମୋଦି କହିଛନ୍ତି।

ଅଧିକ ପଢ଼ନ୍ତୁ: ଭାରତର ଏହି ରାଜ୍ୟକୁ ଶାସନ କରିପାରିନଥିଲା ବ୍ରିଟିଶ ସରକାର

ସେପଟେ ଦିଲ୍ଲୀର କର୍ତ୍ତାର ନଗର ସାଧାରଣ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ପଟପଡଗଞ୍ଜ ଆସନରୁ ବିଜେପିରୁ ପ୍ରାର୍ଥୀ ରବୀନ୍ଦ୍ର ସିଂ ନେଗି ଆଜି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହା ପରେ ମୋଦି ବିଜେପି ପ୍ରାର୍ଥୀଙ୍କୁ ପାଦ ଛୁଇଁ ତିନି ଥର ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା। ସଭାମଞ୍ଚରେ ପ୍ରଧାନମନ୍ତ୍ରୀ, ବିଜେପି ପ୍ରାର୍ଥୀଙ୍କ ପାଦ ଛୁଇଁ ବାରମ୍ବାର ପ୍ରଣାମ କରିବାର ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ଦଳାଚକଟା, ଜାଣନ୍ତୁ ୫ ମୁଖ୍ୟ କାରଣ

BJP AAP Delhi Election Aravind Kejriwal
Advertisment
Advertisment