Advertisment

Professor Marry Student in Classroom : କ୍ଲାସରୁମରେ ବରଣମାଳା ପକାଇ ଛାତ୍ରଙ୍କୁ ବିବାହ କଲେ ପ୍ରଫେସର, ଭିଡିଓ ଭାଇରାଲ୍

ଗୁରୁ ଶିଷ୍ୟର ସମ୍ବନ୍ଧକୁ ଭାରତରେ ସର୍ବଦା ପବିତ୍ର ବୋଲି କୁହାଯାଏ। ଏହି ସମ୍ପର୍କକୁ ସର୍ବଦା ସମ୍ମାନର ସହିତ ଦେଖା ଯାଇଥାଏ। ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ପଶ୍ଚିମବଙ୍ଗର ଏକ କଲେଜର ପ୍ରଫେସର ଓ ଛାତ୍ର ଯୋଡି। କ୍ଲାସରୁମ ମଧ୍ୟରେ ପ୍ରଫେସର ଜଣଙ୍କ ନିଜର ଛାତ୍ରଙ୍କୁ ବିବାହ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
marriage

marriage

ଗୁରୁ ଶିଷ୍ୟର ସମ୍ବନ୍ଧକୁ ଭାରତରେ ସର୍ବଦା ପବିତ୍ର ବୋଲି କୁହାଯାଏ। ଏହି ସମ୍ପର୍କକୁ ସର୍ବଦା ସମ୍ମାନର ସହିତ ଦେଖା ଯାଇଥାଏ। ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ପଶ୍ଚିମବଙ୍ଗର ଏକ କଲେଜର ପ୍ରଫେସର ଓ ଛାତ୍ର ଯୋଡି। କ୍ଲାସରୁମ ମଧ୍ୟରେ ପ୍ରଫେସର ଜଣଙ୍କ ନିଜର ଛାତ୍ରଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନିନ୍ଦା କରାଯାଇଛି।

Advertisment

ପଶ୍ଚିମ ବଙ୍ଗରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୌଲାନା ଆବୁଲ କାଲାମ ଆଜାଦ ବିଶ୍ବ ବିଦ୍ୟାଳୟର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ପ୍ରଫେସର ଜଣଙ୍କ ବଧୂ ବେଶରେ ରହିଥିବା ବେଳେ ଛାତ୍ର ଜଣଙ୍କ ବର ବେଶରେ ରହିଛି। ଏହା ସହିତ ଛାତ୍ର ଜଣଙ୍କ ତାଙ୍କ ମଥାରେ ସିନ୍ଦୂର ଦେବା ସହିତ ବରମାଳା ପିନ୍ଧାଉଛି। ସାଧାରଣତଃ ହିନ୍ଦୁ ଧର୍ମରେ ଏଭଳି ବିବାହ ସମ୍ପନ୍ନ ହୋଇଥାଏ।

Advertisment


ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ସମସ୍ତ ମହଲରୁ ନିନ୍ଦା କରାଯାଇଥିଲା। କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏକ ୩ ଜଣିଆ ଟିମ ଗଠନ କରାଯାଇ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଘଟଣାର ତଦନ୍ତ ସରି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ପ୍ରଫେସରଙ୍କୁ ଛୁଟିରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଫେସର ଜଣଙ୍କ ଏହି ଘଟଣାକୁ ଭୁଲ ଭାବରେ ଚିତ୍ରଣ କରାଯାଇଥିବା କହିଛନ୍ତି। କ୍ଲାସରେ ଏକ ସାଇକୋ ଡ୍ରାମା ବିଷୟରେ ପଢାଇବା ସମ୍ପର୍କରେ ସେ ଏଭଳି କରିଥିଲେ ବୋଲି କହିଛନ୍ତି ପ୍ରଫେସର। ଏହି ଘଟଣା କ୍ଲାସ ରୁମରେ ସମସ୍ତଙ୍କ ସମ୍ମୁଖରେ ହୋଇଛି। ଏହ ପଛରେ କୌଣସି ଖରାପ ଉଦ୍ଦେଶ୍ୟ ନ ଥିବା ସେ କହିଛନ୍ତି। ଏହି ଘଟଣାର ଭିଡିଓ କ୍ଲାସ ପାଇଁ ଉତ୍ତୋଳନ କରାଯାଇଥିଲା। ତେବେ କେହି ଜଣେ ମନ୍ଦ ଉଦ୍ଦେଶ୍ୟ ରଖି ଏହାର ଭିଡିଓକୁ ଭାଇରାଲ କରିଥିବା କହିଛନ୍ତି ପ୍ରଫେସର।

ପ୍ରଫେସର ଜଣଙ୍କ ନିଜର ମତାମତ ରଖିଥିଲେ ହେଁ ତାଙ୍କୁ ଛୁଟିରେ ଯିବାକୁ ପରାମର୍ଶ ଦିଆଯାଇଛି। ୩ ଭିନ୍ନ ବିଭାଗର ମହିଳା ମୁଖ୍ୟଙ୍କୁ ନେଇ ଏକ ତଦନ୍ତକାରୀ କମିଟି ଗଠନ କରାଯାଇଛି। ପ୍ରଫେସରଙ୍କ ସ୍ପଷ୍ଟୀକରଣ ଶୁଣାଯାଇଥିଲେ ମଧ୍ୟ ଭିଡିଓଟି ଅଧିକ ମାତ୍ରାରେ ଭାଇରାଲ ହୋଇଥିବାରୁ ତଦନ୍ତ ଶେଷ ଯାଏ ତାଙ୍କୁ ଛୁଟିରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Student Teacher Marriage
Advertisment
Advertisment