Advertisment

Maha Kumbh Mela 2025: କୁମ୍ଭମେଳାରେ ଦଳାଚକଟା ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମହାକୁମ୍ଭରେ ଦଳାକଟକଣା ପରେ  VVIPଙ୍କ ପାସ୍‌ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ଯୋଗୀ ସରକାର। ୨ଟି ରୁଟ୍‌ ବଦଳରେ ଗୋଟିଏ ରୁଟ୍‌ରେ ଶ୍ରଦ୍ଧାଳୁ ଯିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Mahakumbh

Mahakumbh

ପ୍ରୟାଗରାଜ ମହାକୁମ୍ଭରେ ଦଳାକଟକଣା ଘଟଣାରେ ହେବ ବିଚାର ବିଭାଗୀୟ ତଦନ୍ତ। ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୩ ଜଣିଆ ଜୁଡିସିଆଲ କମିଶନ ଗଠନ ହୋଇଛି। କମିଶନ ଘଟଣାର ତଦନ୍ତ କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏଥିସହ ୟୁପିର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ।

Advertisment

ଅନ୍ୟପକ୍ଷରେ ଦଳାଚକଟାରେ ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ମହାକୁମ୍ଭରେ ଦଳାକଟକଣା ପରେ  VVIPଙ୍କ ପାସ୍‌ ଓ ଗାଡ଼ିକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ଯୋଗୀ ସରକାର। ୨ଟି ରୁଟ୍‌ ବଦଳରେ ଗୋଟିଏ ରୁଟ୍‌ରେ ଶ୍ରଦ୍ଧାଳୁ ଯିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।  ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। 

Advertisment

ସୂଚନାଯୋଗ୍ୟ, ମଙ୍ଗଳବାର ମୌନି ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ଦ୍ୱିତୀୟ ସାହି ସ୍ନାନ ବା ଅମୃତ ସ୍ନାନ ହେଉଥିଲା। ଏହି ସମୟରେ ଭିଡ଼ ଅସମ୍ଭାଳ ହେବାରୁ ନିୟନ୍ତ୍ରଣ ବାହାରକୁ ଯାଇଥିଲା । ମୌନି ଅମାବାସ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୦ କୋଟି ଭକ୍ତ ଯୋଗ ଦେବାର ଅନୁମାନ କରାଯାଉଥିଲା। ତେବେ ୨-୩ରୁ କୋଟି ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଫଳରେ ଦଳା ଚକଟା ହୋଇଥିଲା।

ମହାକୁମ୍ଭରେ ଦ୍ୱିତୀୟ ଶାହି ସ୍ନାନ ପୂର୍ବରୁ ମଙ୍ଗଳବାର ମଧ୍ୟ ରାତିରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ୬୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୨୫ ଜଣଙ୍କ ମୃତଦେହ ଏବେ ସୁଦ୍ଧା ଚିହ୍ନଟ ହୋଇପାରିଛି।

ଅଘଟଣ ପରେ ପ୍ରୟାଗରାଜରେ ଅଧିକ ସଂଖ୍ୟାରେ ଏନଡିଆରଏଫ୍, ଏସଡିଆରଏଫ୍ ଓ ଅନ୍ୟାନ୍ୟ ସୁରକ୍ଷା ବଳକୁ ନିୟୋଜିତ କରାଯାଇଥିବା ମେଳା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ଅଘଟଣ, ଦଳାଚକଟାରେ ଏକାଧିକ ମୃତ୍ୟୁ ଆଶଙ୍କା

Maha Kumbh Mela Uttarpradesh Mahakumbh 2025
Advertisment
Advertisment