Advertisment

Reason of Stampade at Mahakumbh: ମହାକୁମ୍ଭରେ ଦଳାଚକଟା, ଜାଣନ୍ତୁ ୫ ମୁଖ୍ୟ କାରଣ

ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଇଛି। ତେବେ କାହିଁକି ଏଭଳି ଦଳାଚକଟା ହେଲା ଏହାର ୫ଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ...

author-image
Saroj Kumar Jena
ଅଦ୍ୟତନ ହୋଇଛି
mahakumbh

mahakumbh

ମହାକୁମ୍ଭ ମେଳା ୨୦୨୫ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି। ବିଶ୍ବର ଏହି ସର୍ବ ବୃହତ ଧାର୍ମିକ ଆୟୋଜନରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ଥିବା କୁହାଯାଇଛି। ତେବେ କାହିଁକି ଏଭଳି ଦଳାଚକଟା ହେଲା ଏହାର ୫ଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ...

Advertisment

ଅସଂଭାଳ ଭିଡ଼- ଭାରତର ସମୁଦାୟ ଜନସଂଖ୍ୟା ପ୍ରାୟ ୧୫୦ କୋଟି ହୋଇଥିବା ବେଳେ କୁମ୍ଭମେଳାରେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଜନସଂଖ୍ୟାର ଏକ ତୃତୀୟାଂଶ ଜନସଂଖ୍ୟା ଏଠାକୁ ଆସିଥିବା ବେଳେ ସ୍ଥାନ ପର୍ଯ୍ୟାପ୍ତ ନାହିଁ। ଫଳରେ ଭିଡ ଓ ଦଳାଚକଟାର ଅଧିକ ସମ୍ଭାବନା ଥିଲା।

ତ୍ରିବେଣୀ ସଙ୍ଗମର ଗୁରୁତ୍ବ- କୁମ୍ଭମେଳା ପାଇଁ ୧୨ କିମି ଲମ୍ବର ଘାଟ ସ୍ନାନ ପାଇଁ ଉନ୍ମୁକ୍ତ ରହିଛି। ତେବେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଥିବା ପ୍ରତିଯୋଗିତା ହିଁ ଏଭଳି ଦଳା ଚକଟାର ଅନ୍ୟ ଏକ କାରଣ ରହିଥିଲା।

Advertisment

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ

ସୁରକ୍ଷା ବ୍ୟବସ୍ଥା- ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ହିସାବରେ ୧୫୩ ଜଣ ପୋଲିସ ରହିଥାନ୍ତି। ତେବେ କୁମ୍ଭ ମେଳା ସହିତ ଏକ ସାଙ୍ଗରେ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପୋଲିସ ପକ୍ଷରେ ସମ୍ଭବ ନୁହେଁ। ସେହିପରି ଘାଟରେ ଏତେ ସଂଖ୍ୟକ ଲୋକଙ୍କୁ ନିୟନ୍ତ୍ରଣ କରିବା ମଧ୍ୟ ପୋଲିସ ପାଇଁ କାଠିକର ପାଠ। ମୌନି ଅମାବାସ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୦ କୋଟି ଭକ୍ତ ଯୋଗ ଦେବାର ଅନୁମାନ କରାଯାଉଥିଲା। ଯାହା ଫଳରେ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟ ଦେଖିବାକୁ ମିଳିଥିଲା।

ମାତ୍ରାଧିକ ଧର୍ମବିଶ୍ବାସ- କୁମ୍ଭ ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ବେଳେ ଏହା ଅନେକଙ୍କ ପାଇଁ ଧାର୍ମିକ ଗୁରୁତ୍ବ ବହନ କରିଥାଏ। ତେବେ ଅନେକ ଏଥିରୁ ଫାଇଦା ମଧ୍ୟ ଉଠାଇ ଥାଆନ୍ତି। ଗଙ୍ଗା ଘାଟର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ନାନ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହେବ ବୋଲି କୁହାଯିବା ଫଳରେ ହିଁ ଅସମ୍ଭାଳ ଭିଡ ହୋଇଥିଲା ଓ ଦଳାଚକଟା ପରସ୍ଥିତି ସୃଷ୍ଟି ହୋଇଥିଲା।

ଭିଆଇପି କଲ୍ଚର- ଭାରତର ଯେ କୌଣସି ଧର୍ମାନୁଷ୍ଠାନରେ ଭିଆଇପି କଲ୍ଚର ଦେଖିବାକୁ ମିଳିଥାଏ। ସାଧାରଣ ଲୋକଙ୍କୁ ଭିଡର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ନେତା, ମନ୍ତ୍ରୀ ଓ ଅର୍ଥ ସାମ୍ନାରେ ବ୍ୟବସ୍ଥାକୁ ନଇଁବାକୁ ପଡିଥାଏ। ଏହା ଫଳରେ ହିଁ ଭିଡର ଅସମାନତା ଦେଖା ଦେବା ସହିତ ଦଳା ଚକଟା ହୋଇଥାଏ। ଏପରିକି ଦଳା ଚକଟା ପରେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି।

ଅଘଟଣ ପରେ ଆଖଡା ପରିଷଦ ପକ୍ଷରୁ ଅମୃତ ସ୍ନାନକୁ ବାତିଲ କରାଯାଇଥିଲା। ତେବେ ଯୋଗୀ ଆଦିତ୍ୟନାଥଙ୍କ ହସ୍ତକ୍ଷେପ ପରେ ଏହା ପୁନର୍ବାର ଆରମ୍ଭ ହୋଇଥିଲା। ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଫୋନ ଯୋଗ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କଥା ହୋଇଛନ୍ତି। ସମସ୍ତ ପ୍ରକାରର ଆବଶ୍ୟକ ସହାୟତା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତ ଆହତ ମାନଙ୍କୁ କୁମ୍ଭମେଳା ପାଇଁ ନିର୍ମିତ ଅସ୍ଥାୟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

Uttar Pradesh Accident Kumbh Mela
Advertisment
Advertisment