ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।
ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧି ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଣ୍ଡ ହମଲା । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଛନ୍ତି ମୋଦି ।
ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ ।
ପୁଣ୍ୟୋତୟା ଗଂଗା, ପାପନାଶିନୀ ଯମୁନା ଓ ଅଦୃଶ୍ୟ ସରସ୍ବତୀ ନଦୀଙ୍କ ମିଳନସ୍ଥଳୀରେ ଲାଗିବ ବିଶ୍ବର ସବୁଠୁ ମହାମେଳା କୁମ୍ଭମେଳା । ସାଧୁସନ୍ଥଙ୍କ ରାଜକୀୟ ସ୍ନାନ ପାଇଁ ସଜେଇ ହେଲାଣି ସଙ୍ଗମ ସ୍ଥଳ ତ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ପାପ ଧୌତ ଅପେକ୍ଷାରେ ତୀର୍ଥରାଜ ପ୍ରୟାଗ ।
କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି। କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କରିଥିଲା, ତା' ପରେ ସେତେବେଳେ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା।
ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଆଜ୍ଞା ହଁ, ଆମେ କହୁଛୁ ତେଲେଙ୍ଗାନାର ଅନୁଦୀପ ଦୂରଶେଟ୍ଟୀଙ୍କ କଥା । ଯିଏ କି ୨୦୧୭ରେ UPSC ଟପ୍ପର ରହିଥିଲେ । ସବୁଠାରୁ ବଡ଼ କଥା ହେଲା, ଟପ୍ପର ହେବା ପୂର୍ବରୁ ସେ ତିନିଥର ଏହି ପରୀକ୍ଷାରେ ଫେଲ୍ ହୋଇଛନ୍ତି ।
ଡିସେମ୍ବର ୪ ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ଇସ୍ତାନବୁଲରେ ଫସି ରହିଥିବା ଏହି ଯାତ୍ରୀମାନେ ଦାବି କରିଛନ୍ତି, ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ କ୍ଷତିପୂରଣ ଦେବା ଉଚିତ୍ ।
ଡୋମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।
ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସୁବିଧା ପହଞ୍ଚାଇବା ଆମ ସରକାରଙ୍କ ଦାୟିତ୍ୱ । ପୂଜାର୍ଚ୍ଚନା ସହ ଅକ୍ଷୟ ବଟ ପରିକ୍ରମା କଲେ ପ୍ରଧାନମନ୍ତ୍ରୀ ।
ଫ୍ୟାନ୍ଙ୍କ ମୃତ୍ୟୁ ପାଇଁ ଅଳ୍ପକେ ଜେଲ୍ ଯିବାରୁ ବର୍ତ୍ତିଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ତଳକୋର୍ଟଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ନିର୍ଦ୍ଦେଶ ପରେ ଆଶ୍ବାସନା ଆଣିଲା ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ୍ ଆଦେଶ।
ଅଦାନୀ ପ୍ରସଙ୍ଗ ପରେ କହିଥିଲେ ଚାଷୀଙ୍କ ସମସ୍ୟା କଥା । ହିମାଚଳ ପ୍ରଦେଶର ସେଓ ଚାଷୀଙ୍କ ଦୁଃଖ ବଖାଣିବାକୁ ଯାଇ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା କଥା ଉଠାଇଲେ । ହିମାଚଳ ପ୍ରଦେଶ ସରକାର ଚାଷୀଙ୍କ କଥା ଆଦୌ ବୁଝୁନାହାନ୍ତି । ସେମାନଙ୍କ ଦୁଃଖ ଶୁଣୁନାହାନ୍ତି, କେବଳ ପୁଞ୍ଜିପତିଙ୍କ ପାଇଁ କାମ କରୁଥିବା କହିଥିଲେ ପ୍ରିୟଙ୍କା । ଚାଷୀମାନେ ସର୍ବନିମ୍ନ ଦର ପାଉନାହାନ୍ତି ।
ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।
ଚେସରେ ଟାଇଟଲ୍ ହାସଲ କରି ଦେଶର ନାଁ ରଖିଲେ ଗୁକେଶ । କିନ୍ତୁ ସଫଳତାର ଶ୍ରେୟ ନେବାକୁ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆରେ ଚାଲିଛି ଯୁଦ୍ଧ ।
ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ ।
ଓଡିଶାରେ କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବାର ଆସିଥିଲା ଅଭିଯୋଗ । ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଏକ କୋର୍ଟ ଶୁଣାଇଲେ ରାୟ ।
ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିତର୍କରେ ଭାଗ ନେବେ । ସେହିପରି ୧୬ ଓ ୧୭ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବ ବିତର୍କ ।
ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା ।
ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ ।
ଏମିତି ଜଣେ ବ୍ୟକ୍ତି ଯିଏ ୧୬ ବର୍ଷରେ ପାଶ୍ କଲେ ଡାକ୍ତରୀ, ୨୨ ବର୍ଷରେ ହେଲେ IAS। ହେଲେ ଚାକିରି ଛାଡ଼ି ଠିଆକଲେ ୨୬ ହଜାର କୋଟିର କମ୍ପାନୀ।
ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା।
ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍।
ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ।