Advertisment

Maha Kumbh Mela 2025: କୁମ୍ଭମେଳାରେ ଅଘଟଣ, ଦଳାଚକଟାରେ ଏକାଧିକ ମୃତ୍ୟୁ ଆଶଙ୍କା

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳା ୨୦୨୫ରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Stampade

Stampade

ଉତ୍ତରପ୍ରଦେଶରପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳା ୨୦୨୫ରେ ଘଟି ଯାଇଛି ବଡ ଅଘଟଣ। ଅମୃତ ସ୍ନାନ ସମୟରେ ଦଳାଚକଟା କାରଣରୁ ଅନ୍ୟୁନ ୧୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଥିଲା ମଙ୍ଗଳବାର ବିଳମ୍ବିତ ରାତିରେ ଅଧିକ ଭିଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୌନି ଅମାବାସ୍ୟା କାରଣରୁ ଅସମ୍ଭାଳ ଭିଡ ହୋଇଥିବା ବେଳେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ହେବା କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ

ମୌନ ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ଦ୍ବିତୀୟ ସାହି ସ୍ନାନ ବା ଅମୃତ ସ୍ନାନ ହେଉଥିଲା। ଏହି ସମୟରେ ଭିଡ ଅସମ୍ଭାଳ ହେବାରୁ ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଆଧିକାରିକ ଭାବରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବଢିବା ନେଇ ଅନୁମାନ କରାଯାଉଛି। ସେହିପରି ଦଳା ଚକଟାରେ ଏକାଧିକ ପରିବାର ପରସ୍ପର ଠାରୁ ଅଲଗା ହୋଇ ଯାଇଥିବା ଜଣାପଡିଛି। ମୌନି ଅମାବାସ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୦ କୋଟି ଭକ୍ତ ଯୋଗ ଦେବାର ଅନୁମାନ କରାଯାଉଥିଲା। ତେବେ ୨-୩ରୁ କୋଟି ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ମୌନି ଅମାବାସ୍ୟାରେ ତ୍ରିବେଣୀରେ ସ୍ନାନକୁ ପୁଣ୍ୟ ଭାବେ ବିବେଚନା କରାଯାଇଥାଏ। ତେଣ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ରହିଥିବାରୁ ଭିଡ ବୃଦ୍ଧି ପାଇଥିଲା।

Advertisment

ସେହିପରି ଅଘଟଣ ପରେ ଆଖଡା ପରିଷଦ ପକ୍ଷରୁ ଅମୃତ ସ୍ନାନକୁ ବାତିଲ କରାଯାଇଛି। ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଫୋନ ଯୋଗ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କଥା ହୋଇଛନ୍ତି। ସମସ୍ତ ପ୍ରକାରର ଆବଶ୍ୟକ ସହାୟତା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଛନ୍ତି। ୨ ଘଣ୍ଟାର ବ୍ୟବଧାନ ମଧ୍ୟରେ ପ୍ରଧାନମନ୍ତ୍ରୀ ୩ ଥର ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇ ପରସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ତ ଆହତ ମାନଙ୍କୁ କୁମ୍ଭ ମେଳା ପାଇଁ ନିର୍ମିତ ଅସ୍ଥାୟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିପରି କୁମ୍ଭମେଳାରେ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଅଯୋଧ୍ୟା ରାମ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ଅସମ୍ଭାଳ ଭିଡ ରହିଥିବା ବେଳେ ଦେଶ ବିଦେଶରୁ କୋଟି କୋଟି ଲୋକ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ଆସିଛନ୍ତି। ତେଣୁ ସ୍ଥାନୀୟ ଲୋକ ଅଯଥା ଭିଡ କରିବା ପରିବର୍ତ୍ତେ ବସନ୍ତ ପଞ୍ଚମୀ ପରେ ଦର୍ଶନ କରି ପାରିବେ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

Accident Kumbh Mela
Advertisment
Advertisment