• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତନାସାରେ(NASA) ରାଜ୍ କରିବେ ଭାରତୀୟ । ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯିବାପାଇଁ ଦ୍ଵିତୀୟ ସୁଯୋଗ ପାଇଛନ୍ତି ଭାରତର ସୁନାପୁଅ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁଙ୍କୁ ନାସାର ଆକ୍ସିଓମ୍ ମିଶନ୍-୪ ପାଇଁ ପାଇଲଟ୍ ଭାବେ ମନୋନୀତ କରାଯାଇଛି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଅପରପକ୍ଷରେ ମହାକାଶ କେନ୍ଦ୍ରକୁ((ISS) ଯିବାରେ ପ୍ରଥମ ଭାରତୀୟ ହେବେ ଶୁଭାଂଶୁ । ଶୁଭାଂଶୁ ଶୁକ୍ଳା ଇସ୍ରୋର(ISRO) ମିଶନ ଗଗନଯାନ ପାଇଁ ମଧ୍ୟ ତାଲିମ ନେଉଛନ୍ତି ।

ସେ ଖୁବ୍‌ଶୀଘ୍ର ସ୍ପେସଏକ୍ସ ଡ୍ରାଗନ୍ ଅନ୍ତରୀକ୍ଷଯାନ ଯୋଗେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରାକରିବେ । ଗବେଷଣା ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ମିଶନ ୧୪ ଦିନ ଧରି ଚାଲିବ । ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନଙ୍କୁ ଏହି ମିଶନର କମାଣ୍ଡର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ମହାକାଶ ବିଜ୍ଞାନୀଙ୍କ କହିବା ଅନୁସାରେ ଶୁଭାଂଶୁ ଯେଉଁ ଅଭିଜ୍ଞତା ହାସଲ କରିବେ ସେହି ଅଭିଜ୍ଞତା ଦ୍ୱାରା ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆହୁରି ଆଗକୁ ଯାଇପାରିବ । ଦୀର୍ଘ ୪୦ବର୍ଷ ପରେ ଭାରତକୁ ମିଳିଛି ଏହି ସୁଯୋଗ । ୨୦୨୫ ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ଏହି ଅଭିଯାନ ହେବ ବୋଲି ଜଣାପଡିଛି । ପେଗି ହ୍ୱିଟସନ୍ (Peggy Whitson) ଏହି ମିଶନର ନେତୃତ୍ୱ ନେବେ ଏବଂ ଶୁଭାଂଶୁଙ୍କ ସମେତ ପୋଲାଣ୍ଡର ମହାକାଶଚାରୀ ସ୍ଲାଓସ୍ ଉଜନାନସ୍କି-ୱିସନିୱସ୍କି (Slawosz Uznanski-Wisniewski) ଏବଂ ହଙ୍ଗେରୀର ଟିବୋର୍ କାପୁ (Tibor Kapu) ମଧ୍ୟ ମହାକାଶକୁ ଯାତ୍ରା କରିବେ ।

ଶୁଭାଂଶୁ ଶୁକ୍ଳା କହିଛନ୍ତି ସେ ୪-୫ ମାସହେଲା ତାଲିମ ନେଉଛନ୍ତି ଏବଂ ମହାକାଶ ସମ୍ପର୍କରେ ଧାରଣା ପାଇସାରିଛନ୍ତି । ସେଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଆମ କ୍ଷମତା ଉପରେ ଆମର ଭରସା ଅଛି । ଏହି ମିଶନକୁ ଆମେ ସଫଳତାର ସହ ଶେଷ କରିବା ପାଇଁ ଆଶାବାଦୀ ଅଛୁ ।

ମହାକାଶରେ ଯୋଗକରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା:

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା କହିଛନ୍ତି '' ମୁଁ ମହାକାଶ କେନ୍ଦ୍ରରେ ଥିବା ସମୟରେ କିଛି ଯୋଗ ଆସନ କରିବି ।" ସେ ଆହୁରି କହିଛନ୍ତି ,ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ପୃଥିବୀରେ ଥିବା ସମୟରେ ଯୋଗ କରିବା ଉଚିତ୍ । ଯାହାଦ୍ଵାରା ଆମେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ସହ ମିଶନକୁ ସଠିକ୍ ଭାବରେ ସମ୍ପାଦନ କରାଯାଇପାରିବ ।

ଅଧିକ ପଢ଼ନ୍ତୁ: ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

OTV is now on Whatsapp

Join and get latest news update delivered to you via whatsapp

Join Now