/odishatv-khabar/media/post_attachments/uploadimage/library/16_9/16_9_0/aa_1738156439.jpg)
Indian State Never Under British Rule
ଭାରତରେ ଦୀର୍ଘ ଦିନଧରି ଶାସନ କରିବା ସହ ଭାରତୀୟ ମାନଙ୍କୁ ଅକଥନୀୟ ଅତ୍ୟାଚାର କରିଥିଲା ଇଂରେଜ ସରକାର । ପ୍ରଥମେ ବେପାର ବଣିଜ ପାଇଁ ଭାରତକୁ ଆସିଥିଲେ ଇଂରେଜ । ପରେ ଭାରତରେ ଥିବା ଧନ ସମ୍ପତ୍ତିକୁ ଦେଖି ଲୋଭରେ ପଡିଯାଇଥିଲେ । ପରେ ଭାରତକୁ ଲୁଟିବା ପାଇଁ ଭାରତକୁ ଶାସନ କରିଥିଲା ଇଂରେଜ ସରକାର ।
ଇଂରେଜ ସରକାର ଭାରତରେ ୨୦୦ବର୍ଷ ଧରି ଶାସନ କରିଥିଲେ । ସେଥିପାଇଁ ସେମାନଙ୍କ ସଂସ୍କୃତିର ଛାପ ଭାରତୀୟ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳିଥାଏ । କିନ୍ତୁ, ଭାରତରେ ଏମିତି ଏକ ରାଜ୍ୟ ଥିଲା ଯାହାକୁ ଇଂରେଜମାନେ ନିଜ ଅଧୀନକୁ ନେଇ ପାରିନଥିଲେ ।
ଆମେ ସମସ୍ତେ ଜାଣିଛନ୍ତି ବ୍ରିଟିଶମାନେ ସମଗ୍ର ଭାରତକୁ ଦଖଲ କରିବା ସହ ଶହ ଶହ ବର୍ଷ ଧରି ଶାସନ କରିଥିଲେ । ବ୍ରିଟିଶମାନେ ଭାରତୀୟ ଜନସାଧାରଣଙ୍କୁ ବହୁତ ଶୋଷଣ ମଧ୍ୟ କରିଥିଲେ । କିନ୍ତୁ, ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ସେମାନେ ଶାସନ କରିବାକୁ ସକ୍ଷମ ହୋଇନଥିଲେ । ଏହି ରାଜ୍ୟଟି ବ୍ରିଟିଶମାନଙ୍କ ଅତ୍ୟାଚାରରୁ କିପରି ସୁରକ୍ଷିତ ରହିପାରିଥିଲା ଆସନ୍ତୁ ଜାଣିବା..
ଧନସମ୍ପତ୍ତିରେ ଭରପୁର ଥିବା ଏହି ରାଜ୍ୟ ସୌନ୍ଦର୍ଯ୍ୟରେ ମଧ୍ୟ ଭରପୁର ଥିଲା । ଏହା ଏବେବି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଆମେ ସମୁଦ୍ର ଦ୍ଵାରା ଘେରି ରହିଥିବା ଆମେ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ଭରପୁର ଥିବା ରାଜ୍ୟ ଗୋଆ ବିଷୟରେ କହୁଛୁ । ଏହି ରାଜ୍ୟକୁ ପର୍ତ୍ତୁଗୀଜମାନେ ବ୍ରିଟିଶଙ୍କ କବଳରୁ ରକ୍ଷା କରିଥିଲେ ।
ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ
ପର୍ତ୍ତୁଗୀଜମାନେ ବ୍ରିଟିଶରମାନଙ୍କ ପୂର୍ବରୁ ୧୪୯୮ ମସିହାରେ ଭାରତରେ ପହଞ୍ଚିଥିଲେ । ଭାସ୍କୋଡାଗାମା ଭାରତକୁ ସମୁଦ୍ର ପଥ ଆବିଷ୍କାର କରିବାପରେ ପର୍ତ୍ତୁଗୀଜମାନେ ଏଠାରେ ବାଣିଜ୍ୟ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ, ବ୍ରିଟିଶ ଏବଂ ପର୍ତ୍ତୁଗୀଜଙ୍କ ମଧ୍ୟରେ ଅନେକ ଯୁଦ୍ଧ ହୋଇଥିଲା । କିନ୍ତୁ,ଗୋଆକୁ କେବେବି ନିଜ ଅଧୀନକୁ ଆଣିପାରିନଥିଲେ ବ୍ରିଟିଶର ।
୧୬୦୮ ମସିହାରେ ବ୍ରିଟିଶମାନେ ଭାରତର ସୁରତରେ ପହଞ୍ଚିଥିଲେ । ବାଣିଜ୍ୟ କରିବା ସହ ଭାରତୀୟ ଧନ ସମ୍ପତ୍ତିକୁ ନିଜ ଦେଶକୁ ନେଇଯାଉଥିଲେ । ଧୀରେ ଧୀରେ ସେମାନେ ଭାରତକୁ ଦଖଲକରିବା ଆରମ୍ଭ କରିଦେଇଥିଲେ । ଏହାପରେ ୧୯୪୭ ମସିହାରେ ଭାରତ ଛାଡିଥିଲେ ଇଂରେଜ ସରକାର । ତେବେ ସେମାନେ ଭାରତୀୟ ରାଜ୍ୟ ଗୋଆ ସେମାନଙ୍କ ଅଧୀନକୁ ନେବା ପାଇଁ ସମର୍ଥ ହୋଇନଥିଲେ । ଭାରତ ସ୍ୱାଧୀନହେବା ପରେ ମଧ୍ୟ ଗୋଆ ପର୍ତ୍ତୁଗୀଜ ଅଧୀନରେ ରହିଥିଲା । ପର୍ତ୍ତୁଗୀଜ୍ ପ୍ରାୟ ୪୦୦ବର୍ଷ ଭାରତରେ ରହିଥିଲେ ।୧୯୬୧ ମସିହାରେ ପର୍ତ୍ତୁଗୀଜ୍ ଛାଡିବା ପର୍ଯ୍ୟନ୍ତ ଗୋଆକୁ ନିଜ ଅଧୀନରେ ରଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)